ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଘାଏଲ୍ ବିଦେଶୀ ପକ୍ଷୀ ‘ପେଲିକାନ୍’ ଉଦ୍ଧାର, ସୁସ୍ଥ ହେବା ପରେ ନଳବଣରେ ଛଡାଯିବ

26/08/2022 at 9:57 AM

ଟାଙ୍ଗୀ ୨୬/୦୮: ଘାଏଲ୍ ବିଦେଶୀ ପକ୍ଷୀ ପେଲିକାନ୍ ଉଦ୍ଧାର ହୋଇଛି । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ଏହି ବିଦେଶୀ ପକ୍ଷୀ ଟି ଫିଲିଫାଇନ୍ସ ଦେଶର । ଯେତେବେଳେ ଶୀତଋତୁର ଆଗମନ ହୋଇଥାଏ ଏବଂ ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ଦେଶୀ-ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ, ସେହି ସମୟରେ ଏହି ପକ୍ଷୀମାନଙ୍କୁ ଦେଖିବାକୁ ମିଳିଥାଏ ।

ଚିଲିକା ବନ୍ୟପ୍ରାଣୀ ଡିଭିଜନର ନଳବଣରେ ( ବିଦେଶୀ ପକ୍ଷୀଙ୍କ ସୁରକ୍ଷା ର ପେଣ୍ଠସ୍ଥଳ ) ହିଁ ଏହି ବିଦେଶୀ ପକ୍ଷୀ ” ପେଲିକାନ୍ ” ମାନଙ୍କ ଉପସ୍ଥିତି ଥିବା ପକ୍ଷୀ ବିଶାରଦ ମାନେ ଚିହ୍ନଟ କରିଥାନ୍ତି । ଆଉ ଯେତେବେଳେ ବିଦେଶୀ ପକ୍ଷୀଙ୍କ ଚିଲିକା ରୁ ପ୍ରତ୍ୟାଗମନ ହୋଇଥାଏ ସେତେବେଳେ ଏହି ପକ୍ଷୀମାନେ ଆଉ ଦେଖା ଯାଆନ୍ତି ନାହିଁ ।

ମାତ୍ର ଏହି ବିଦେଶୀ ପକ୍ଷୀ ଏଠାକାର ଜଳବାୟୁ ସହିତ ନିଜକୁ ଖାପଖୁଆଇ ଏବଂ ଚିଲିକା କୁ ନିଜର ସୁରକ୍ଷିତ ସ୍ଥାନ ବୋଲି ଅନୁଭବ କରି ଏହି ପ୍ରଜାତିର ବିଦେଶୀ ପକ୍ଷୀ ( ପେଲିକାନ୍ ) ଏଠାରେ ରହିଯାଆନ୍ତି ।

ଚଳପ୍ରଚଳ ପରେ କୈ।ଣସି କାରଣ ବଶତଃ ଏହି ବିଦେଶୀ ପକ୍ଷୀ ” ପେଲିକାନ୍ ” ଘାଏଲ୍ ହେବା ପରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ଚୂଡାରାଣୀ ମୁର୍ମୁ ପେଟ୍ରୋଲିଂ ବେଳେ ଏହାକୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି । ଘାଏଲ୍ ପକ୍ଷୀ ଟି ସୁସ୍ଥ ହେବା ପରେ ଚିଲିକା ର ନଳବଣ ରେ ଛାଡି ଦିଆଯିବ ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ସୂଚନା ଦେଇଛନ୍ତି ।

   Related Posts