ରବିବାର ସନ୍ଧ୍ୟାରେ କରନ୍ତୁ ଏହି ଉପାୟ: ଅଭାବ ହେବନାହିଁ ଧନ-ସମ୍ପତ୍ତି, ମିଳିବ ମା' ଲକ୍ଷ୍ମୀଙ୍କ କୃପା

Published By : Prameya-News7 Bureau | December 12, 2021 IST

ଭୁବନେଶ୍ୱର ୧୨/୧୨ : ପ୍ରତ୍ୟେକ ମଣିଷ ଚାହେଁ ଯେ ତା ଜୀବନରେ ସୁଖ ସୁବିଧା ଥାଉ। ଏହି ସୁଖ ସୁବିଧା ପୁରା କରିବାକୁ ସେ ବହୁତ ପରିଶ୍ରମ ମଧ୍ୟ କରେ। କିନ୍ତୁ ଅଧିକାଂଶ ସମୟରେ କର୍ମ ଅନୁଯାୟୀ ଫଳ ମିଳେନାହିଁ। ଧନ ସମ୍ପତ୍ତି ବୃଦ୍ଧି ପାଇଁ ଶାସ୍ତ୍ରରେ କିଛି ଉପାୟ ସମ୍ପର୍କରେ କୁହାଯାଇଛି ଯାହାକୁ ଆପଣେଇ ଆପଣ ଧନୀ ହୋଇପାରିବେ। ଜାଣିବା ଏମିତି କିଛି ଉପାୟ...

ରବିବାର ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ସମୟରେ ଅଶ୍ୱଥ ଗଛ ମୂଳରେ ଚଉମୁଖୀ ଦୀପ ଜାଳିଲେ ଧନ ବୃଦ୍ଧି ହୋଇଥାଏ ଓ ସୁଖ ସମୃଦ୍ଧି ଆସିଥାଏ। ଏହାଦ୍ୱାରା ମା' ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଧନ ଲାଭର ଯୋଗ ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ରବିବାର ଦିନ ଘରର ସବୁ ସଦସ୍ୟଙ୍କ ମଥାରେ ଚନ୍ଦନ ଟୀକା ଲଗାଇବା ଉଚିତ। ଏହାଦ୍ୱାରା ମା' ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ରବିବାଦ ଦିନ ମାଛଙ୍କୁ ଅଟା ଗୁଳା ଖାଇବାକୁ ଦେବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ ଏବଂ ମା' ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।

ରବିବାର ସନ୍ଧ୍ୟାରେ ଘରର ମୁଖ୍ୟଦ୍ଵାରର ଦୁଇ ପାର୍ଶ୍ୱରେ ଘିଅ ଦୀପ ଲଗାନ୍ତୁ। ଏହାଦ୍ୱାରା ମା' ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତା ଛଡା ରବିବାର ସନ୍ଧ୍ୟାରେ ଯେକୌଣସି ଶିବ ମନ୍ଦିରରେ ଗୌରୀ ଶଙ୍କର ରୁଦ୍ରାକ୍ଷ ଅର୍ପଣ କାଲେ ଘରେ ମା' ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଧନ-ବୈଭବ ବୃଦ୍ଧି ପାଇଥାଏ।

ରବିବାର ସନ୍ଧ୍ୟାରେ ଅଶ୍ୱଥ ପତ୍ରରେ ନିଜ ମନୋସ୍କାମନା ଲେଖି କୌଣସି ନଦୀରେ ପ୍ରବାହିତ କରିଦିଅନ୍ତୁ। ଏହାଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ। ତାଛଡା ରବିବାର ଶୋଇବା ପୂର୍ବରୁ ପିତ୍ତଳ ଗ୍ଲାସରେ ଗାଈ କ୍ଷୀର ରଖି ନିଜ ମୁଣ୍ଡ ପାଖରେ ରଖି ଶୋଇପଡନ୍ତୁ। ସକାଳୁ ପୂଜା ସାରିବା ପରେ ଏହି କ୍ଷୀର ସେବା କରନ୍ତୁ। ଏହାଦ୍ୱାରା ସବୁ କାମ ହୋଇଥାଏ ବୋଲି କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.