ବାଦାମ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ଏହି ସବୁ ରୋଗ ଥିଲେ ବାଦାମ ଠାରୁ ରୁହନ୍ତୁ ଦୂରେଇ...

Published By : Prameya-News7 Bureau | June 05, 2024 IST

ନୂଆଦିଲ୍ଲୀ ୦୫।୦୬: କୁହାଯାଏ ପ୍ରତିଦିନ ବାଦାମ ଖାଇବା ଦ୍ବାରା ମସ୍ତିଷ୍କ ସତେଜ ହୋଇଥାଏ । କାରଣ ବାଦାମରେ ପ୍ରୋଟିନ, ଭିଟାମିନ ଓ ମିନେରାଲ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ । ଏହାକୁ ଖାଇବା ଆମ ଚର୍ମ ପାଇଁ ବହୁତ ଭଲ । କିନ୍ତୁ ଜାଣନ୍ତି କି, କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବାଦାମ ଖାଇବା କ୍ଷତିକାରକ। 

ମୋଟା ଲୋକ ବାଦାମ ଖାଇବା ଉଚିତ୍ ନୁହେଁ। କାରଣ ଏଥିରେ କ୍ୟାଲୋରୀ ବହୁତ ମାତ୍ରାରେ ରହିଥାଏ । ଏହା ଓଜନକୁ ଆହୁରି ବଢ଼ାଇପାରେ । ଆଉ ଓଜନ ବଢିବା ଦ୍ବାରା ଅନେକ ରୋଗ ହୋଇଥାଏ । 

ଯେଉଁମାନେ ପେଟ ଜନିତ ସମସ୍ୟାରେ ପୀଡିତ, ସେମାନେ ବାଦାମ ଖାଇବା ଉଚିତ୍ ନୁହେଁ । କାରଣ ଏହା ପେଟ ଫୁଲିବା ପରି ରୋଗର ସମ୍ମୁଖୀନ ହୋଇପାରନ୍ତି । କିଡନୀ ଜନିତ ସମସ୍ୟାରେ ପୀଡିତ ବ୍ୟକ୍ତି ବାଦାମ ଖାଇବା ଅନୁଚିତ। ଅଧିକମାତ୍ରାରେ ବାଦାମ ଖାଇବା ଦ୍ବାରା ଏହା ଯକୃତ ପାଇଁ ସମସ୍ୟା ସୃଷ୍ଟି କରିପାରେ । 

ଏହାବ୍ୟତୀତ ଅଧିକ ବାଦାମ ଖାଇବା ଦ୍ୱାରା ରକ୍ତଚାପର ଆଶଙ୍କା ମଧ୍ୟ ବଢ଼ିଯାଏ। ଏହାବ୍ୟତୀତ ମଧୁମେହ ରୋଗରେ ପୀଡିତ ଥିବା ବ୍ୟକ୍ତି ଚିନା ବାଦମ ଖାଇବା ଠାରୁ ଦୂରେଇ ରୁହନ୍ତୁ । କାରଣ ଚିନା ବାଦାମରେ ଫାଇବରର ଅଧିକ ମାତ୍ରାରେ ରହିଥାଏ । ଯାହା ଶରୀରରେ ସମସ୍ଯା ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ ଏହି ସବୁ ରୋଗ ଥିବା ବ୍ୟକ୍ତି ବାଦାମ ଖାଇବାଠାରୁ ଦୂରେଇ ରହିବା ଉଚିତ୍‌ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.