PDS ଚାଉଳ ଚାଲାଣ ବେଳେ ଉତ୍ତେଜନା, ଗ୍ରାମବାସୀ ଏବଂ ପୋଲିସ ମୁହାଁମୁହିଁ

Published By : Prameya-News7 Bureau | May 12, 2023 IST

ସୋର ୧୨।୦୫ : ପିଡ଼ିଏସ ଚାଉଳ ବୋଝେଇ ୩ ଟ୍ରକକୁ ଅଟକାଇଲେ ଗ୍ରାମବାସୀ । ଜଣେ ଯୁବକକୁ ପୋଲିସ ମାଡ଼ ଦେବା ଅଭିଯୋଗ, ଘଟଣାସ୍ଥଳରେ ଉତ୍ତେଜନା l ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଆସିଛି ଏପରି ଘଟଣା ।

ଖବର ଅନୁଯାୟୀ, ୩ଟି ପିଡ଼ିଏସ ଚାଉଳ ବୋଝେଇ ଟ୍ରକ ସୋରରୁ ସିଙ୍ଗାଖୁଣ୍ଟା ଆସୁଥିବା ବେଳେ ଚକ୍ରଧରପୁର ଶାସନ ଛକରେ ଏସବୁକୁ ଗ୍ରାମବାସୀ ଅଟକାଇ ଥିଲେ l ଏନେଇ ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ l ଘଟଣାସ୍ଥଳରେ ପୋଲିସ ପହଁଚି ନୂଆପାଟଣା ଗାଁର ଜଣେ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାପରେ ଗ୍ରାମବାସୀମାନେ ପୋଲିସକୁ ଦୀର୍ଘ ୨ଘଣ୍ଟା ଧରି ଅଟକ ରଖିଥିଲେ l

ସେପଟେ ଖବର ପାଇ ଆଇଆଇସି ସୁଜାତା ଖମାରୀ ଟ୍ରକ ଗୁଡିକ ଉଦ୍ଧାର କରି ଥାନାକୁ ଆଣିଥିଲେ l ୩ଟି ଟ୍ରକରେ ଏତେ ପରିମାଣର ଚାଉଳ ଗୋଟିଏ ପଞ୍ଚାୟତକୁ ଯିବା ନେଇ ଗ୍ରାମବାସୀ ମଧ୍ୟରେ ସନ୍ଦେହ ହୋଇଥିଲା l ସେହି ରାସ୍ତାରେ ଦୁର୍ଘଟଣା ଘଟୁଥିବାରୁ ଭାରିଯାନକୁ ଯିବାକୁ ଗ୍ରାମବାସୀମାନେ ବିରୋଧ କରିଥିଲେ l ଯାହାକୁ ନେଇ ଗ୍ରାମବାସୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.