ଶହ ଶହ କ୍ବିଣ୍ଟାଲ ବିପିଏଲ ଚାଉଳ କଳାବଜାରୀ, ସରକାରୀ ଆଖାରୁ କରାଯାଉଛି ବଦଳ : ଭିଡିଓ ଭାଇରାଲ୍

Published By : Prameya-News7 Bureau | December 07, 2020 IST

ସାଲେପୁର ୭।୧୨: କାରୋନା ମହାମାରୀ ସମୟରେ ଶହ ଶହ କ୍ବିଣ୍ଟାଲ ବିପିଏଲ ଚାଉଳ କଳାବଜାରୀ ହେଉଥିବାର ଭିଡିଓ ଭାଇରାଲ୍ ନେଇ ଦେଖିବାକୁ ମିଳିଛି । ଏହି ଭାଇରାଲ ଭିଡ଼ିଓଟି ହେଉଛି କଟକ ଜିଲ୍ଲା ଟାଙ୍ଗୀ ବ୍ଲକର ନପଙ୍ଗ ପଞ୍ଚାୟତର ବିରଲ ଗାଁ ଏକ ନିର୍ଜନ ଇଲାକାର ଦୃଶ୍ୟ ।

wp:html /wp:html

ଆଗରୁ ଅନେକ ଥର ଏଭଳି କଳାବଜାରୀ ହେଉଥିବା ଅଭିଯୋଗ କରିଛନ୍ତି ସେଠିକାର ସ୍ଥାନୀୟ ଲୋକେ । ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ ଆପଣ ମଧ୍ୟ ବୁଝିପାରିବେ ଏ ଦୃଶ୍ୟ କ’ଣ ବୟାନ କରୁଛି । ଗାଡି ଉପରେ ରହି ଚାଉଳକୁ ସରକାରୀ ଆଖାରୁ ଚାଉଳ ବଦଳ କରାଯାଉଛି ଜରି ଅଖାକୁ । ଏହି ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ଭିଡିଓ ଉଠାଇଲାବେଳେ କିଭଳି ପାଟି କରୁଛନ୍ତି କଳାବଜାରୀ କରୁଥିବା ବେପାରୀ । କାରୋନା ମହାମାରୀ ସମୟରେ ଏଭଳି ଘଟଣାକୁ ବହୁବାର ସ୍ଥାନୀୟ ଲୋକେ ବିରୋଧ କରିଥିଲେ ବି କଳାକାରାନାମା ବନ୍ଦ ହୋଇନଥିଲା । ଶେଷରେ ସ୍ଥାନୀୟ ଲୋକେ ଏହି ଘଟଣାକୁ ବନ୍ଦ କରିବା ପାଇଁ ଭିଡିଓଟିକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲେ । ଆଉ ଏଭଳି କଳା କାରନାମା ବନ୍ଦ ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଶାସନକୁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.