ମହଙ୍ଗା ପଡିଲା ମଦ ନିଶା, ଦୁର୍ବ୍ୟବହାର କରି ଗିରଫ ହେଲେ ପିସିଆର ଡ୍ରାଇଭର
5/03/2020 at 2:02 PM

କଳାହାଣ୍ଡି ୫।୩: ମହଙ୍ଗା ପଡିଲା ପୋଲିସ ଡ୍ରାଇଭରକୁ ମଦ ନିଶା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ପିସିଆର ଭ୍ୟାନ୍ ଡ୍ରାଇଭର ଗିରଫ ।

ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ଡ୍ରାଇଭର ବୁଲୁ ନାଏକ ନିଶାସକ୍ତ ଅବସ୍ଥାରେ ହଙ୍ଗାମା କରିଥିଲେ । ଧର୍ମଗଡ ଛକରେ ପିସିଆର ଭ୍ୟାନ ରାସ୍ତା ମଝିରେ ରଖି ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ । ସୂଚନା ପାଇ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶରେ ବୁଲୁ ନାଏକଙ୍କୁ ଗିରଫ କରାଯାଇଥିଲା । ଭବାନୀପାଟଣାଠାରେ ନିଶା ପରିମାଣ ଯାଞ୍ଚ ପାଇଁ ଅଣାଯାଇଥିଲା । ଧର୍ମଗଡ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରାଯାଇଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023