ବାରହା ଶିକାର ପାଇଁ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ଖାଇଦେଇଥିଲା ଦନ୍ତା, ଜିଭ ଛିଡି ଯିବାରୁ ହୋଇଥିଲା ଗୁରୁତର

Published By : Prameya-News7 Bureau | February 13, 2024 IST

ଭୁବନେଶ୍ବର ୨: ବିସ୍ଫୋରକ ଖାଇ ଆହତ ଦନ୍ତାର ମୃତ୍ୟୁ ଘଟିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଓୟୁଏଟି ଏବଂ ନନ୍ଦନକାନନର ବିଶେଷଜ୍ଞଙ୍କ ଦ୍ଵାରା ପଥୋଲୋଜି ଲ୍ୟାବରେ ଶବ ବ୍ୟବଚ୍ଛେଦ କରାଯାଉଛି । ଏ ନେଇ ପ୍ରତିକ୍ରିୟା ଦେବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ସେ କହିଛନ୍ତି ଖୋର୍ଦ୍ଧା ପଟୁ ଚନ୍ଦକା ଆଡକୁ ହାତୀ ପଲ ଆସିଥିଲେ । ଯେଉଁଥିରେ ୨ଟି ଦନ୍ତା, ୩ଟି ମାଈ ଏବଂ ଗୋଟିଏ ହାତୀ ଛୁଆ ରହିଥିଲେ । ସେଥିମଧ୍ୟରୁ ଗୋଟିଏ ଦନ୍ତାକୁ ଚନ୍ଦକା ଜଙ୍ଗଲରେ ଠାବ କରିଥିଲା ବନ ବିଭାଗ । ଏହି ସମୟରେ ହାତୀ ଅବସ୍ଥା ଗୁରୁତର ଥିଲା । ଦନ୍ତାର ଜିଭଟି ସମ୍ପୂର୍ଣ୍ଣ ଛିଡି ଯାଇଥିବା ବେଳେ ଦାନ୍ତଗୁଡିକ ଭାଙ୍ଗି ହାତୀର ପାଟିରେ ଘା’ ସୃଷ୍ଟି ହୋଇଥିଲା । OUATର ବିଶେଷଜ୍ଞ ଏବଂ ନନ୍ଦକାନନର ଡାକ୍ତରୀ ଟିମ୍‌ ଆଣ୍ଟିବାୟୋଟିକ ଏବଂ ସାଲାଇନ୍ ଦେଇ ତାର ଚିକିତ୍ସା ଜାରି ରଖିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ବର୍ତ୍ତମାନ ହାତୀର ପୋଷ୍ଟମର୍ଟମ କରାଯାଉଛି ।

wp:embed {"url":"https://www.prameyanews7.com/elephant-died-in-bharatpur-jungle/","type":"wp-embed","providerNameSlug":"prameya-news-7"}
https://www.prameyanews7.com/elephant-died-in-bharatpur-jungle/
/wp:embed

ତେବେ ବାରହା ଶିକାର ପାଇଁ କଖାରୁ କିମ୍ବା ସପୁରୀ ଭିତରେ କୌଣସି ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା । ଯାହାକୁ ଖାଇ ହାତୀ ଗୁରୁତର ହୋଇଥିଲା । ତେବେ ହାତୀଟି କେଉଁ ଅଞ୍ଚଳରେ ବୁଲୁଥିଲା ତାର ତଦନ୍ତ କରାଯାଉଛି । ସେହିସବୁ ଅଞ୍ଚଳରେ ପାଟ୍ରୋଲିଂ ଜୋରଦାର କରିବା ସହ ଜନସଚେତନ କରାଯିବ ବୋଲି  ସୁଶାନ୍ତ ନନ୍ଦ କହିଛନ୍ତି ।

ଗୁରୁତର ହାତୀକୁ ସୁସ୍ଥ କରିବାକୁ ଡ଼ାକ୍ତରଙ୍କ ଚେଷ୍ଟା ଜାରିଥିବା ବେଳେ ହାତୀଟିର ମୃତ୍ୟୁ ହୋଇଛି । ତେବେ କିଏ ଏପରି କରିଛି ଏବଂ ଆହତ ଅବସ୍ଥାରେ ହାତୀ ଖୋର୍ଦ୍ଧାରୁ ଭରତପୁର ଜଙ୍ଗଲ ଆସିଥିଲେ ମଧ୍ୟ କଣ ପାଇଁ କେହି ବନ କର୍ମଚାରୀ ଜାଣି ପରିଲେନାହିଁ ସେ ନେଇ ବନ ବିଭାଗ ମୁଖ୍ୟ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/former-cm-of-madhya-pradesh-shivraj-singh-chouhan-at-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/former-cm-of-madhya-pradesh-shivraj-singh-chouhan-at-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.