scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନ କର୍ମଚାରୀଙ୍କ ଆନ୍ଦୋଳନ : ପିସିସିଏଫ୍ କହିଲେ- କିଛି ଦାବି ପୂରଣ ହୋଇଛି, ଆଉ କିଛି ନେଇ ଆଲୋଚନା ଚାଲିଛି

19/06/2023 at 11:58 AM

ଭୁବନେଶ୍ବର ୧୯।୬: ବନ କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ ସୁଶୀଲ କୁମାର ପୋପଲି । ସେ କହିଛନ୍ତି, ବନ କର୍ମଚାରୀଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି । କିଛି ଦାବି ପୂରଣ ହୋଇଛି, ଆଉ କିଛି ନେଇ ଆଲୋଚନା ହେଉଛି । ମେ’ ୨୨ ଘଟଣା ପରେ କ୍ଷତିପୂରଣ ରାଶି ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ହୋଇଛି । ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଉଛି ।

ଘଟଣା ବେଳେ ଫରେଷ୍ଟରଙ୍କ ପାଖରେ ରିଭଲବର ଥିଲା । ହେଲେ ଅଚାନକ ଶିକାରୀ ଗୁଳି ଚଳାଇଥିବାରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଲା । ବିଭିନ୍ନ ଡିଭିଜନ ରି ଷ୍ଟ୍ରକଚରିଙ୍ଗ କରାଯାଇଛି । ସୁରକ୍ଷା ପାଇଁ ବିଭିନ୍ନ ଜୋନ୍ ସୀମାରେ ପରିବର୍ତ୍ତନ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପାଟ୍ରୋଲିଂ ପାଇଁ ୨୭ଟି ଗାଡି ଦିଆଯାଇଛି ।

ଖୁବ୍‌ଶୀଘ୍ର ଆଉ ୧୬ଟି ଗାଡି ଦେବାର ବ୍ୟବସ୍ଥା କରାଯାଉଛି । ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ଏବଂ ଷ୍ଟ୍ରାଇକିଙ୍ଗ ଫୋର୍ସ ପାଇଁ ବିଚାର ଚାଲିଛି । ବନ କର୍ମଚାରୀଙ୍କୁ ଅନୁରୋଧ କରୁଛି, ପାଟ୍ରୋଲିଂ ନ କରିବା ନିଷ୍ପତ୍ତିରୁ ଓହରିଯାଅନ୍ତୁ । ବନ୍ୟଜନ୍ତୁ ଶିକାର କାର୍ଯ୍ୟରେ ଲିପ୍ତ ଥିବା ଦୁର୍ବୃତ୍ତ ସମସ୍ତେ ସ୍ଥାନୀୟ ବାସିନ୍ଦା । ବାହାର ରାଜ୍ୟର କୌଣସି ଅପରାଧୀ ଏଥିରେ ସମ୍ପୃକ୍ତ ନାହାନ୍ତି । ଏହି ଘଟଣାରେ ଅନେକଙ୍କୁ ଅଟକ ରଖାଯାଇଛି । ତଦନ୍ତ ଜାରି ରହିଛି । ଅପରାଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଡିଜିଙ୍କ ସହ ଆଲୋଚନା ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ସୋମବାରଠାରୁ ବନ କର୍ମଚାରୀଙ୍କ ଆନ୍ଦୋଳନ । ଜୁଲାଇ ୮ ଯାଏଁ ବନ କର୍ମଚାରୀଙ୍କ ଆନ୍ଦୋଳନ । ୫ ଦଫା ଦାବି ପୂରଣ ନହେଲେ ସମୂହ ଛୁଟି ଚେତାବନୀ ଦେଇଛନ୍ତି ବନ କର୍ମଚାରୀ । ରାଜ୍ୟର ୫୩୭୬ ଫରେଷ୍ଟ ଗାର୍ଡ, ୨୫୩୦ ଫରେଷ୍ଟର ଓ ୨୮୨ ଡେପୁଟି ରେଞ୍ଜର ଧାରଣା ହେବେ ସାମିଲ ।

You Can Read :

   Related Posts