Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ନିଆଁ ଲଗାଉଛନ୍ତି ଶିକାରୀ : ପିସିସିଏଫ୍

13/03/2023 at 1:42 PM

ଭୁବନେଶ୍ବର ୧୩।୩: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜଙ୍ଗଲୀ ଜନ୍ତୁଙ୍କ ଶିକାର ପାଇଁ ନିଆଁ ଲଗାଉଛନ୍ତି ଶିକାରୀ । ରବିବାର କନ୍ଧମାଳ ଜିଲ୍ଲାରୁ ନିଆଁ ଲଗାଇବା ବେଳେ ଶିକାରୀ ଧରାପଡିଛି । ପ୍ରାୟ ସବୁ ନିଆଁ ମନୁଷ୍ୟକୃତ ହୋଇଥିବାରୁ ସଚେତନତା କରାଯାଉଛି । ନିଆଁ ଲାଗିଲେ ବନ କର୍ମଚାରୀଙ୍କ ମୋବାଇଲକୁ ମେସେଜ ଆସୁଛି । ନିଆଁ ଲିଭା ଯିବା ପରେ ଫଟୋ ଉଠାଇ ଅପଲୋଡ଼ କରାଯାଉଛି । ନିଆଁ ଲଗାଉଥିବା ବେଳେ ଧରାପଡିଲେ କେଶ କରାଯିବ ସହ ଆକ୍ସନ ନିଆଯିବ ।

ନିଆଁ ଲାଗିବା ନେଇ ଖବର ଦେଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ପୁରସ୍କାର ବ୍ୟବସ୍ଥା କରାଯାଇଛି । ଜଙ୍ଗଲୀ ଜନ୍ତୁ ମାଡି ଆସିବା ନେଇ ବନ ବିଭାଗ ଆଲର୍ଟ ଅଛି । ଯେଉଁଠି ଜନ୍ତୁ ଆସୁଛନ୍ତି ବନ କର୍ମଚାରୀଙ୍କୁ ଜଣାଇବାକୁ ଲୋକଙ୍କୁ ଅନୁରୋଧ । ସୋମବାର ୧୨୦୦ ପଏଣ୍ଟରେ ନିଆଁ ଲାଗିଛି । ବଢ଼ିକି ୧୫୦୦ ହୋଇପାରେ । ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ରେସପନ୍ସ ୯୭ ପ୍ରତିଶତରୁ ଅଧିକ । ଶିଖରଚଣ୍ଡୀରେ ଲାଗିଥିବା ନିଆଁ ଆୟତ୍ତ ହୋଇ ସାରିଛି । ଜଙ୍ଗଲରୁ ଚାଲି ଆସିଥିବା ହାତୀକୁ ମଧ୍ୟ ଘଉଡ଼ାଇ ଦିଆଯାଇଛି ।

   Related Posts