ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ମିଳିଛି ସବୁ ହାତୀ କଙ୍କାଳ : ପିସିସିଏଫ୍

Published By : Prameya-News7 Bureau | June 28, 2022 IST

ଭୁବନେଶ୍ବର ୨୮: ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି ବୋଲି ପିସିସିଏଫ ଶଶୀ ପଲ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଘଟଣା ପରେ ୨ ଜଣ ଫରେଷ୍ଟର ଫେରାର ଅଛନ୍ତି । ସୋମବାର ଉଚ୍ଚସ୍ତରୀୟ ତଦନ୍ତ କମିଟି ଉପସ୍ଥିତିରେ ଆଉ ଗୋଟିଏ ହାତୀର କଙ୍କାଳ ମିଳିଛି । ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡିଛି, ହାତୀର ମୃତଦେହ ଲୁଚାଇବାରେ ଫରେଷ୍ଟରମାନଙ୍କ ସମ୍ପୃକ୍ତି ରହିଛି । ହାତୀ ମୃତ୍ୟୁରେ ସେମାନଙ୍କର କ’ଣ ଭୂମିକା ରହିଛି, ତାହା SIT ତଦନ୍ତରୁ ସ୍ପଷ୍ଟ ହେବ । ରାଜ୍ୟରେ ଯେତିକି ବି ହାତୀ କଙ୍କାଳ ଉଦ୍ଧାର ହେବ, SIT ସବୁ ଘଟଣାର ତଦନ୍ତ କରିବ । SITରେ ଜଣେ ବିଶେଷଜ୍ଞ ସଦସ୍ୟ ରହିଛନ୍ତି, ଯିଏକି ହାତୀ କଙ୍କାଳର ନମୂନାରୁ କେବେ ଘଟଣା ଘଟିଛି ତାହା ଆକଳନ କରିବେ । ତାଙ୍କ ଆକଳନ ଆଧାରରେ ଯେଉଁ DFOଙ୍କ ସମୟରେ ଏ ଘଟଣା ଘଟିଥିବ, ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପିସିସିଏଫ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.