ବନଖଣ୍ଡ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା, PCCF କହିଲେ- ଦୋଷ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
6/02/2023 at 2:55 PM

ଆଠଗଡ଼ ୦୬।୦୨ : ଆଠଗଡ଼ ବନଖଣ୍ଡ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା । ମୁହଁ ଖୋଲିଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବିଦତ ବିଶ୍ୱାଳ (PCCF) । ଏହି ଘଟଣା ଏକ ଦୁଃଖ ଦାୟକ ବୋଲି କହିଛନ୍ତି ।
ପିସିସିଏଫ୍ ଆହୁରୀ ମଧ୍ୟ କହିଛନ୍ତି ଯେ, ବନ ବିଭାଗ କଷ୍ଟଡିରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣା ଦୁଃଖ ଦାୟକ। ଘଟଣାର ତଦନ୍ତ ପାଇଁ କଞ୍ଜରଭେଟିଭ ରାଙ୍କର ଜଣେ ଅଫିସରଙ୍କୁ ଆଠଗଡ଼ ପଠାଯାଇଛି । ଆଜି ଭିତରେ ସେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଅଭିଯୁକ୍ତର ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଯଦି ଥାର୍ଡ ଡିଗ୍ରୀ ଅଭିଯୁକ୍ତର ମୃତ୍ୟୁର କାରଣ ହୋଇଥାଏ ତାହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ବନ ସଂରକ୍ଷକ ଦେବୀ ଦତ୍ତ ବିଶ୍ଵାଳ ସୂଚନା ଦେଇଛନ୍ତି ।