ଭୁବନେଶ୍ୱର ୦୫।୧୨: ପରୀ ହତ୍ୟା ଘଟଣାକୁ ନେଇ ସରକାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ଘଟଣାରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଆଜି ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ନେତୃତ୍ବରେ ଏକ ଟିମ୍ ନୟାଗଡ଼ ଯଦୁପୁର ଯାଇ ପରୀ ପରିବାରକୁ ଭେଟିବେ । ଏହି ଟିମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସାମିଲ ହେବେ।
ସେହିପରି ଗତକାଲି କୃଷି ମନ୍ତ୍ରୀଙ୍କ ବାସଭବନ ଘେରି ଥିଲା ବିଜେପି ମହିଳା ମୋର୍ଚ୍ଚା । ମନ୍ତ୍ରୀଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିଥିଲା । ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପଦଯାତ୍ରା କରିବା ଲାଗି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଘୋଷଣା କରିଛନ୍ତି।