ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ରାୟଗଡ଼ା ଗସ୍ତ; ୩ହଜାର କର୍ମୀଙ୍କ ସହିତ କଲେ ପଦଯାତ୍ରା

Published By : Prameya-News7 Bureau | September 27, 2022 IST

ରାୟଗଡ଼ା ୨୭/୦୯: ମଙ୍ଗଳବାର ଓଡ଼ିଶା ପିସିସି (ପ୍ରଦେଶ କଂଗ୍ରେସ କମିଟି) ସଭାପତି ଶରତ ପଟ୍ଟନାୟକ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହାସହ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ପଦଯାତ୍ରାରେ ଶରତଙ୍କ ସହିତ ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମଙ୍କ ସହିତ ଅନେକ ତୁଙ୍ଗ ନେତାମାନେ ସାମିଲ ହୋଇଥିଲେ। ଦଳ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇ ପିସିସି ସଭାପତି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

ଏହି ଦୁଇ ଦଳ ମିଳିତ ଶାସନ କରୁଛନ୍ତି ବୋଲି ସେ ତାଙ୍କ ଭାଷଣରେ କହିଛନ୍ତି। ଦୁର୍ନୀତି ବଢ଼ିଚାଲିଛି ଓ ସରକାରୀ କଳ ଏଥିରେ ସାମିଲ ରହିଛି ବୋଲି ଉଦବୋଧନରେ ସେ ବଖାଣିଥିଲେ। ସରକରାଙ୍କ ଅପାରଗତାକୁ ଲୋକଙ୍କ ପାଖରେ ପହାଇବା ପାଇଁ ପଦଯାତ୍ରାରେ ବାହାରିବୁ ବୋଲି ସେ କହିଛନ୍ତି। ଆସନ୍ତା ଅକ୍ଟୋବରରେ ଏହି ପଦଯାତ୍ରା ହେବ ହେବ ବୋସି ସେ କହିଛନ୍ତି। ଶରତଙ୍କ ଗସ୍ତ କଂଗ୍ରେସ ନେତା ଓ କର୍ମୀ ମଧ୍ୟରେ ଉତ୍ସାହ ବଢ଼ାଇଥିବା ଦେଖିବାକୁ ନଜରକୁ ମିଳିଛି। ତିନି ହଜାର କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.