ନବରଙ୍ଗପୁର ଗସ୍ତରେ ଆସୁଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି

Published By : Prameya-News7 Bureau | July 08, 2022 IST

ନବରଙ୍ଗପୁର ୦୮/୦୭: କଂଗ୍ରେସର ଫୋକସରେ ପୁଣି ନବରଙ୍ଗପୁର ଜିଲ୍ଲା । ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ତାଙ୍କ ସହ କଂଗ୍ରେସର ୪ ଜଣ ବିଧାୟକ, ଏବଂ ଅନ୍ୟାନ୍ୟ ଦଳୀୟ ପଦାଧିକାରୀ ମଧ୍ୟ ଆସୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ କଂଗ୍ରେସର ଏକ ବଡ଼ ମିଶ୍ରଣ ପର୍ବ ହେବ । ଏହାସହ ଜନସମ୍ପର୍କ ଯାତ୍ରା, ନବ ଚିନ୍ତନ ପର୍ବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ୧୦ହଜାର ଲୋକଙ୍କ ଭିଡ଼ ଜମିବାର ଆଶା ରଖିଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.