ଆଜି ଠାରୁ ନୂଆ ପିସିସି ସମନ୍ବୟ କମିଟି ବୈଠକ ଆରମ୍ଭ
18/08/2018 at 5:50 AM

ଦିଲ୍ଲୀ ୧୮/୮ : ଆଜି ଠାରୁ ନୂଆ ପିସିସି ସମନ୍ବୟ କମିଟିର ବୈଠକ ଆରମ୍ଭ ହେବାକୁ ଯାଉଛି । ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିତେନ୍ଦ୍ର ସିଂହ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଆଲୋଚନା କରିବେ । କେବଳ ଓଡିଶା ନୁହେଁ ସବୁ ରାଜ୍ୟର ପିସିସ ସଭାପତି ପ୍ରଭାରୀମାନଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ସେ ନେଇ ଆଜି ବୈଠକରେ ଆଲୋଚନା ହେବାର ସମ୍ବାବନା ରହିଛି । ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିରେ ଅନିୟମିତତା ପ୍ରସଙ୍ଗ ନେଇ ମୋଦି ସରକାରଙ୍କ ବିରୁଦ୍ଧରେ ଆଗାମୀ ନିର୍ବାଚନରେ କିଭଳି ମୁଖ୍ୟ ପ୍ରସଙ୍ଗ କରିହେବ ସେ ସମ୍ପର୍କରେ ରାହୁଲ ଗୁରୁମନ୍ତ୍ର ଦେଇପାରନ୍ତି । ଏହି ପ୍ରସଙ୍ଗ ନେଇ କଂଗ୍ରେସ ବିଜେପି ନେତୃତ୍ବା ଧୀନ ସରକାରଙ୍କୁ ଘେରିବାକୁ ଯୋଜନା କରୁଛି । ଆଜିର ବୈଠକରେ ଏହାର ରଣନୀତି ପ୍ରସ୍ତୁତ ହୋଇପାରେ । ରାଜ୍ୟର ଦଳୀୟ ସଙ୍ଗଠନ, ନିର୍ବାଚନ ପ୍ରସ୍ତୁତି, ଟିକେଟ ବଣ୍ଟନ ଭଳି ବିଭିନ୍ନ ପ୍ରସଙ୍ଗ ବୈଠକରେ ସ୍ଥାନ ପାଇପାରେ । ଏହି ବୈଠକ ୩ଦିନ ଧରି ଚାଲିବ ।