ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ : ୬ ଜଣିଆ କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
9/06/2023 at 4:15 PM

ଭୁବନେଶ୍ବର ୯।୬: ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ କଲା ଏଆଇସିସି । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ଗଠନ ହୋଇଛି । ଜାନକୀ ବଲ୍ଲଭ ପଟ୍ଟନାୟକ କମିଟିର ଆବାହକ ନିଯୁକ୍ତ ହୋଇଛନ୍ତି । କମିଟିରେ ଭୁଜବଳ ମାଝୀ, ରାଜେନ୍ଦ୍ର ଛତ୍ରିଆ, ଦେବେନ୍ଦ୍ର ସାହୁ ଏବଂ ପ୍ରତିମା ମଲ୍ଲିକ ସଦସ୍ୟ ଅଛନ୍ତି । ପଞ୍ଚାନନ କାନୁନଗୋ ହେଲେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ । କାର୍ଯ୍ୟକ୍ରମ କ୍ରିୟାନ୍ୱୟନ କମିଟି ଅଧ୍ୟକ୍ଷ ହେଲେ ଯଜ୍ଞେଶ୍ୱର ବାବୁ । ପ୍ରଚାର ଓ ପ୍ରସାର କମିଟି ମୁଖ୍ୟ ହେଲେ ସଂଜୟ ତ୍ରିପାଠୀ ।
ସେହଭଳି ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ କଂଗ୍ରେସ ଘୋଷଣା କରିଛି । ଏଆଇସିସି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାଁ ଘୋଷଣା ହୋଇଛି । କୋରାପୁଟ ଜିଲ୍ଲା ସଭାପତି ପଦରୁ ବାଦ୍ ପଡ଼ିଲେ ମିନାକ୍ଷୀ ବାହିନୀପତି । ମିନାକ୍ଷୀଙ୍କ ସ୍ଥାନରେ ଦୁର୍ଗା ସାହୁ ହେଲେ କୋରାପୁଟ ସଭାପତି । ଜିଲ୍ଲା ସଭାପତି ପଦ ନେଇ ଦୁଇ ଗୋଷ୍ଠୀ ଛକାପଞ୍ଝା ହୋଇଥିଲେ ।
ନୂଆପଡାରେ ସୁରେଶ କୁମାର ଆଜାର୍, କେନ୍ଦୁଝରରେ ମୋହନ ପରିଡା, ପୁରୀରେ ଜୟରାମ ପଟ୍ଟନାୟକ, ଭଦ୍ରକରେ ଆଶୋକ ଦାସ, ଅନୁଗୋଳରେ ସଂଗ୍ରାମ ମିଶ୍ର, ସମ୍ବଲପୁରରେ ଅସିଫ୍ ଅଲ୍ଲୀ ଖାନ୍, ସୁନ୍ଦରଗଡରେ ଜନାର୍ଦ୍ଦନ ଦେହୁରୀ, ରାୟଗଡାରେ ବିଜୟ କୁମାର ଗମାଙ୍ଗୋ, ଦେବଗଡରେ ସେମ୍ ହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ମିଳିଛି ।

