ଫୁଲ୍ ଟେନସନରେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ : କହିଲେ ‘ଯିଏ ଦଳ ଛାଡ଼ିବା କଥା ଶୀଘ୍ର ଛାଡ଼’

Published By : Prameya-News7 Bureau | January 15, 2019 IST

ବିଜେଡି-ବିଜେପି ଭିତରେ ସିଧା ଫାଇଟ୍ କଂଗ୍ରେସର ସ୍ଥିତି ଏବେ ରାହୁଲ ଭରସାରେ । ହେଲେ ଠିକ୍ ରାହୁଲ ଆସିବା ପୂର୍ବରୁ ଏହାର କିଛି ବିଧାୟକ ଦଳକୁ ଧୋକା ଦେବାକୁ ବସିଛନ୍ତି । ଏ ସ୍ଥିତି ଦେଖି ନିରଂଜନ କହିଲେଣି, ଯିଏ ଦଳ ଛାଡ଼ିବା କଥା ଶୀଘ୍ର ଛାଡ଼

{"id":74340}

ମୋଦି-ନବୀନଙ୍କ ସଭା ଆଉ ସମାବେଶରେ ରାଜ୍ୟ ରାଜନୀତି ଜମୁଛି । ଆଉ ସେପଟେ କଂଗ୍ରେସ ବ୍ରେକିଂର, ବ୍ରେକିଂ ନ୍ୟୁଜ୍ରେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଦଳ ଛାଡ଼ିବା ଚର୍ଚ୍ଚା ନିଆଁରେ କଂଗ୍ରେସ ବିଧାୟକମାନେ ବାରମ୍ବାର ଘିଅ ଢାଳୁଛନ୍ତି । ଯାହାକୁ ନେଇ ଏବେ ଫୁଲ୍ ଟେନସନରେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ।  ଯେତେ ଯାହା କଲେ ବି କେହି ଅଟକିବା ଅବସ୍ଥାରେ ନାହାନ୍ତି । ଏଭଳି ସ୍ଥିତିରେ ନିରଞ୍ଜନ ଅଙ୍ଗୁର ନ ଖାଇପାରି ଖଟା ଫର୍ମୁଲାରେ ବୟାନ ଦେବା ଆରମ୍ଭ କରିଛନ୍ତି । ସିଧା ସିଧା ଶୁଣେଇଛନ୍ତି ଯିଏ କଂଗ୍ରେସ ଆଦର୍ଶରେ ଚାଲିବାକୁ ଚାହୁଁ ନାହାନ୍ତି, ସେ ଦଳ ଛାଡ଼ି ଚାଲି ଯାଆନ୍ତୁ । ଲୋକେ ଆଦର୍ଶହୀନ ନେତାଙ୍କ ବିକଳ୍ପ ତିଆରି କଲେଣି ।

{"id":74341}

ନବ ଦାସଙ୍କ କଂଗ୍ରେସ ଛାଡିବା ଘୋଷଣା ପରେ ଯୋଗେଶ ସିଂ, ପ୍ରକାଶ ବେହେରା, ପ୍ରଫୁଲ୍ଲ ମାଝୀଙ୍କ ନାଁ ବି ଉଠୁଛି । ଏମାନେ କଂଗ୍ରେସ ଛାଡ଼ି ବିଜେଡିକୁ ଯିବାକୁ ଟାକି ବସିଛନ୍ତି ।  ଠିକ୍ ସେତିକିବେଳେ ଏମାନେ ଦଳ ଛାଡ଼ିବାର ଇସାରା ଦେଉଛନ୍ତି, ଯେତେବେଳେ ରାହୁଲ ଗାନ୍ଧି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହଛି । ନିରଂଜନଙ୍କୁ ଗାଦିରେ ବସାଇବା ପାଇଁ ଏହି ବିଧାୟକମାନେ ହିଁ ପ୍ରସାଦଙ୍କୁ ଲାଗିପଡି ହଟାଇଥିଲେ । ଆଉ ଠିକ୍ ନିର୍ବାଚନ ପୂର୍ବରୁ ନିରଂଜନଙ୍କ ହାତ ଛାଡ଼ି ବିଜେଡିକୁ ଯିବାକୁ ଗୋଡ଼ କାଢିଲେଣି । ଯାହା ଅସଜଡ଼ା ଓଡ଼ିଶା କଂଗ୍ରେସକୁ ଆହୁରି କ୍ଷତି ପହଞ୍ଚାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.