ପାକ୍ କ୍ରିକେଟରଙ୍କୁ ମହଙ୍ଗା ପଡିଲା ଟିମ୍ ଇଣ୍ଡିଆ ବିରୋଧରେ ଭବିଷ୍ୟବାଣି, ଜାଣନ୍ତୁ କ’ଣ କାର୍ଯ୍ୟାନୁଷ୍ଠାନ କଲେ ପିସିବି

Published By : Prameya-News7 Bureau | July 25, 2019 IST

ଇସ୍ଲାମାବାଦ: ଆଇସିସି ୱାର୍ଲଡକପ୍ ବେଳେ ଜାଣିଶୁଣି ଭାରତ ହାରିବ ବୋଲି ଟେଲିଭିଜନ ସାକ୍ଷାତକାରରେ ଭବିଷ୍ୟବାଣି କରିଥିବା ପାକ୍ କ୍ରିକେଟର ବାସିତ ଅଲ୍ଲୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ତାଙ୍କୁ ଏବେ ନିଜ କୋଚିଂ ଷ୍ଟାଫର ଅଂଶ କରିବାକୁ ପିସିବି ମନା କରିଦେଇଛନ୍ତି ।

{"id":137311}

ୱାର୍ଲଡ କପ୍ ବେଳେ ପୂର୍ବତନ ପାକ୍ କ୍ରିକେଟର ବାସିତ ଭାରତ ବିରୋଧରେ ଯେଉଁଭଳି ଟିକା ଟିପ୍ପଣୀ କରୁଥିଲେ ସେଥିରୁ ନିବୃତ୍ତ ରହିବା ପାଇଁ ସେତେବେଳେ ତାଙ୍କୁ ସତର୍କ କରାଇ ଦିଆଯାଇଥିବା ପିସିବି ଅଧ୍ୟକ୍ଷ ଏହସାନ ମନି କହିଛନ୍ତି। ସେ ପିସିବିର କୌଣସି ଅଂଶ ବିଶେଷ ନୁହନ୍ତି। ହେଲେ ବି ଏ ନେଇ ସେତେବେଳେ ତାଙ୍କୁ ସତର୍କ କରାଯାଇଥିଲା ବୋଲି ମନି କହିଛନ୍ତି । ୪୮ ବର୍ଷ ବୟସ୍କ ବସିତଙ୍କୁ ନିକଟରେ ପିସିବି ଜୁନିୟର ସିଲେକ୍ସନ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ଏହା ଛଡା ସେ କରାଚୀସ୍ଥିତ ପିସିବି ଟିମକୁ ପାର୍ଟ ଟାଇମ୍ କୋଚିଂ ମଧ୍ୟ ଦେଉଥିଲେ। ତେବେ ପ୍ରସଙ୍ଗରେ ସେ ପିସିବିରୁ କୌଣସି ଚିଠି ପାଇନଥିବା କହିଥିବା ବେଳେ ମନ୍ତବ୍ୟ ନିମନ୍ତେ ଦୁଃଖିତ ନୁହନ୍ତି ବୋଲି ମଧ୍ୟ ଗଣମାଧ୍ୟମକୁ କହିଛନ୍ତି।

{"id":137313,"width":581,"height":333}

ଆଇସିସି ୱାର୍ଲଡ କପ୍ ମ୍ୟାଚ୍ ଚାଲିଥିବା ବେଳେ ଭାରତ କେବେ ପାକିସ୍ତାନକୁ ଆଗକୁ ଯିବାକୁ ଦେବ ନାହିଁ ବୋଲି ପୂର୍ବତନ କ୍ରିକେଟର ସିକନ୍ଦର ବଖତ ଓ ବସିତ ଅଲ୍ଲୀ ଏକ ଟେଲିଭିଜନ ସାକ୍ଷାତକାରରେ କହିଥିଲେ। ଖାସ ଏଥିପାଇଁ ଶ୍ରୀଲଙ୍କା ଓ ବାଂଲାଦେଶ ବିରୋଧରେ ଇଣ୍ଡିଆ ଜାଣିଶୁଣି ଖରପ ପ୍ରଦର୍ଶନ କରି ହାରିବ ବୋଲି କହିଥିଲେ। ତେବେ ମ୍ୟାଚ୍ ରେ ସେଭଳି କିଛି ହୋଇନଥିଲା। ବରଂ ଉଭୟ ଟିମକୁ ହରାଇ ବିଶ୍ୱକପ୍ ରେ ଅଧିକ ପଏଣ୍ଟ ପାଇ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଶିର୍ଷରେ ପହଞ୍ଚିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.