Champions Trophy: ପିସିବି ସେୟାର କଲା ଷ୍ଟାଡିୟମର ପ୍ରଥମ ଝଲକ, ଚାମ୍ପିଅନ୍ସ ଟ୍ରଫି ପାଇଁ କେତେ ପ୍ରସ୍ତୁତ !

Published By : Prameya-News7 Bureau | January 30, 2025 IST

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ପାଇଁ କରାଚି ଓ ଲାହୋରର ଷ୍ଟାଡିୟମକୁ ନୂତନ ଭାବେ ନିର୍ମାଣ କରାଯାଇଛି। ପାକିସ୍ତାନ ଦ୍ଵାରା ଟୁର୍ଣ୍ଣାମେଣ୍ଟ ଠିକ୍ ପୂର୍ବରୁ ଷ୍ଟାଡିୟମକୁ ନୂତନ ରୂପ ଦେବା ନିଷ୍ପତ୍ତି ଏବେ ପିସିବି ଉପରେ ଭାରି ପଡ଼ିଛି। କାରଣ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ତିନି ସପ୍ତାହ ସମୟ ରହିଛି। ତଥାପି ଏ ପର୍ଯ୍ୟନ୍ତ ଷ୍ଟାଡିୟମର କାମ  ଜାରି ରହିଛି। ଏହା ମଧ୍ୟରେ ଗୁରୁବାର ପାକିସ୍ତାନ କ୍ରିକେଟ୍ ବୋର୍ଡ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଗଦ୍ଦାଫି ଷ୍ଟାଡିୟମର କିଛି ଦୃଶ୍ୟ ଦେଖିବାକୁ ମିଳିଛି।

କରାଚି ନ୍ୟାସନାଲ ଷ୍ଟାଡିୟମର ମହା ପ୍ରବନ୍ଧକ ଅରଶଦ ଖାନ କହିଛନ୍ତି, ଷ୍ଟାଡିୟମର ନବୀକରଣ କାମ ଜାନୁଆରୀରେ ପୂରା ହୋଇଯିବ ଏବଂ ଫେବୃଆରୀ ୫ରେ ଏହାକୁ ପିସିବିକୁ ହସ୍ତାନ୍ତର କରି ଦିଆଯିବ। ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ମଧ୍ୟ ଏହି ସ୍ଥିତି ରହିଛି। ପିସିବି ଏହି ଦୁଇ ଷ୍ଟାଡିୟମ ଓ ରାଓ୍ଵଲପିଣ୍ଡି ଷ୍ଟାଡିୟମର ନବୀକରଣ ଉପରେ ୧୨ ବିଲିୟନ ଡଲାର ଟଙ୍କା ଖର୍ଚ୍ଚ କରିଛି। ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଦେଶର ତିନି ଷ୍ଟାଡିୟମ କରାଚି, ଲାହୋର ଓ ରାଓ୍ଵଲପିଣ୍ଡି ହେବ। 




ଟୁର୍ଣ୍ଣାମେଣ୍ଟ ଠିକ୍ ପୂର୍ବରୁ ପାକିସ୍ତାନର ଷ୍ଟାଡିୟମର ଅଧୁରା କାମର ଫଟୋ  ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଏହି କାରଣରୁ ପିସିବି ନିଜର ପ୍ରସ୍ତୁତିକୁ ଦେଖାଇବା ପାଇଁ ଗଦ୍ଦାଫି ଷ୍ଟାଡିୟମର ନବ ନିର୍ମିତ ଷ୍ଟାଣ୍ଡର ଭିଡିଓ ସେୟାର କରିଛି।

ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେଉଛି। ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖା ଯାଇଛି। ଏହି ଗ୍ରୁପରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟ ରହିଛନ୍ତି। ଗ୍ରୁପ ବିରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ରହିଛି। ଆଇସିସିର ସିଡ୍ୟୁଲ୍ ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମୁକାବିଲା ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯିବ। କିନ୍ତ ଭାରତ ଫାଇନାଲ୍ ଖେଳିବା ସ୍ଥିତିରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.