ପାକିସ୍ତାନର ଧମକ : ଭାରତ ଏସିଆ କପ୍ ନଖେଳିଲେ, ଆମେ ୨୦୨୧ ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ଖେଳିବୁ ନାହିଁ

Published By : Prameya-News7 Bureau | January 25, 2020 IST

ଲାହୋର ୨୫/ ୦୧: ଟି-ଟ୍ୱେଣ୍ଟି ଏସିଆ କପ୍ ପାକିସ୍ତାନରେ ହିଁ ହେବ । ତେବେ ତାହା ଆଗରୁ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତକୁ ଦେଇଛି ଚେତାବନୀ । ଯଦି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ( BCCI ) ଏସିଆ ଟି-ଟ୍ୱେଣ୍ଟି କପ୍‌କୁ ଭାରତୀୟ ଦଳ ନପଠାଇବ ତେବେ ଭାରତରେ ହେବାକୁ ଥିବା ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ନ ଖେଳିପାରେ ପାକିସ୍ତାନ । ପିସିବି ବା ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ୱାସିମ ଖାନ୍ ଏପରି ଚେତାବନୀ ଦେଇଛନ୍ତି । ପାକିସ୍ତାନ ଟି-ଟ୍ୱେଣ୍ଟି ଏସିଆ କପ୍‌ ଆୟୋଜନ  ଅଧିକାରକୁ ଅଗ୍ରାହ୍ୟ କରିଥିବା କିମ୍ବା ହରାଇଥିବା ଖବରକୁ ଖଣ୍ଡନକରି  ୱାସିମ ଏହା କହିଛନ୍ତି ।        

{"id":215895,"width":572,"height":320,"sizeSlug":"large"}

ପାକିସ୍ତାନରେ ଟି- ଟ୍ୱେଣ୍ଟି ସିରିଜ ଏବଂ ଦୁଇଟି ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ମ୍ୟାଚ୍‌ ଲାଗି ଦଳ ପଠାଇବାକୁ ବାଂଲାଦେଶ କ୍ରିକେଟ ବୋର୍ଡ ରାଜି ହେବା ପରେ ପାକିସ୍ତାନ ଟି-ଟ୍ୱେଣ୍ଟି ଏସିଆକପ୍‌  ଆୟୋଜନ ଅଧିକାର ବାଂଲାଦେଶକୁ ହସ୍ତାନ୍ତର କରିଥିବା ମନେ କରାଯାଉଥିଲା । କିନ୍ତୁ ପିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ୱାସିମ ଖାନ୍‌ ସେପରି ଅଟକଳକୁ ଖଣ୍ଡନ କରିଛନ୍ତି । ଫଳରେ ଆସନ୍ତା ସେପ୍ଟେମ୍ବରରେ ପାକିସ୍ତାନରେ ଟି-ଟ୍ୱେଣ୍ଟି ଏସିଆ କପ୍ ଆୟୋଜିତ ହେବା ନିଶ୍ଚିତ ହୋଇଛି । କାରଣ ୱାସିମ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ପିସିବି କିମ୍ବା ଆଇସିସି ଟି-ଟ୍ୱେଣ୍ଟି ଏସିଆ କପ୍‌ ଭେନ୍ୟୁ ବଦଳାଇପାରିବେ ନାହିଁ, କାରଣ ତାହା ଏସିଆନ କ୍ରିକେଟ କାଉନସିଲ୍‌ର ଅଧିକୃତ କ୍ଷମତା ।

{"id":215896,"sizeSlug":"large"}

 ପାକିସ୍ତାନ ଦୁଇଟି ସ୍ଥାନରେ ଟି-ଟ୍ୱେଣ୍ଟି ଏସିଆ କପ୍ ମ୍ୟାଚ୍‌ ଖେଳ ଆୟୋଜନର ଚିନ୍ତା କରୁଥିବା କହିବା ବେଳେ ୱାସିମ କହିଛନ୍ତି ଟି-ଟ୍ୱେଣ୍ଟି ଏସିଆ କପ୍‌କୁ ଭାରତ ନଆସିଲେ ଆମେ (ପାକିସ୍ତାନ) ଭାରତରେ ହେବାକୁ ଖିବା ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ନଖେଳିବାକୁ ନିଷ୍ପତ୍ତି ନେବ ।

{"id":215897,"sizeSlug":"large"}

ଗତ ସପ୍ତାହରେ ବିସିସିଆଇ ପାକିସ୍ତାନକୁ କ୍ରିକେଟ ଟିମ୍‌ ନପଠାଇବା ନିଷ୍ପତ୍ତିରେ ସେଭଳି କିଛି ଚିନ୍ତା କରିନଥିବା ମନେହୋଇଥିଲା । ଏଥିରୁ ପାକିସ୍ତାନ ଟି-ଟ୍ୱେଣ୍ଟି ଏସିଆ କପ୍‌ ଆୟୋଜନ ଅଧିକାର ହରାଇବା ଆଶଙ୍କା ଦେଖା ଦେଇଥିଲା । କାରଣ ଭାରତ- ପାକିସ୍ତାନ ମଧ୍ୟରେ ତିକ୍ତତା ଯୋଗୁଁ ଦୁଇ ଦେଶର କ୍ରିକେଟ ସଂପର୍କ ବି ଜୋରଦାର ପ୍ରଭାବିତ ହୋଇଛି । ତେବେ ଗତ ଡିସେମ୍ବରରେ ଶ୍ରୀଲଙ୍କା ଟିମ୍ ପିକିସ୍ତାନ ଗସ୍ତରେ ଆସିବା ପରେ ଦୀର୍ଘ ଦିନ ବ୍ୟବଧାନ ପରେ ଟେଷ୍ଟ କ୍ରିକେଟକୁ ଫେରିଥିଲା ପାକିସ୍ତାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.