ପାକିସ୍ତାନ କ୍ରିକେଟ୍ ବୋର୍ଡ ଚେୟାରମ୍ୟାନ୍ ପଦରୁ ହଟିଲେ ରମିଜ୍ ରାଜା
21/12/2022 at 4:10 PM

ଇସ୍ଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାର ମ୍ୟାନ୍ ପଦରୁ ହଟିଲେ ରମିଜ୍ ରାଜା। ଘରୋଇ ମାଟିରେ ପାକିସ୍ତାନର ସୌଚନୀୟ ପରାଜୟ ହେତୁ ତାଙ୍କୁ ଚେୟାରମ୍ୟାନ୍ ପଦରୁ ହଟାଇ ଦିଆଯାଇଛି। ରମିଜ୍ଙ୍କ ସ୍ଥାନରେ ନଜାମ ସେଠୀଙ୍କୁ ନୂଆ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ଶେଠୀଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି।
୨୦୨୧ ସେପ୍ଟେମ୍ବର ମାସରେ ରିମୀଜ ରାଜା ପିସିିବି ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ତାଙ୍କ ନେତୃତ୍ୱରେ ଦଳରେ ଅନେକ ପରିବର୍ତ୍ତନ ବି ହୋଇଥିଲା। ଖେଳାଳିମାନଙ୍କର ଦରମା ବି ବଢ଼ିଥିଲା।
ହେଲେ ପାକିସ୍ତାନ ନିକଟରେ ତାର ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳି ଶୌଚନୀୟ ପରାଜୟ ହୋଇଛି। ଦଳ ଇଂଲଣ୍ଡ ଠାରୁ ୩-୦ରେ ପରାସ୍ତ ହୋଇଛି। ଏଭଳି ସୌଚନୀୟ ପରାଜୟ ପରେ ତାଙ୍କୁ ପିସିବି ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି ବୋଲି ବିଭିନ୍ନ ରିପୋର୍ଟରେ କୁହାଯାଇଛି।
ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ଭଲ ପ୍ରଦର୍ଶନ କରି ଫାଇନାଲ୍କୁ ଯାଇଥିଲା। ସେହିପରି ଗତବର୍ଷ ସେମିଫାଇନାଲ୍କୁ ବି ଯାଇଥିଲା। ମହିଳା ବିଶ୍ୱକପ୍ରେ ବି ରମୀଜ ରାଜାଙ୍କ ଥିବା ସମୟରେ ହୋଇଛି। ତେବେ ନିଜ ଘରୋଇ ମାଟିରେ ଏଭଳି ସୋଚନୀୟ ପରାଜୟ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଦାୟୀ କରାଯାଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ପିସିବିର ପୃଷ୍ଠପୋଷକ। ପିସିବି ସମ୍ବିଧାନ ଅନୁସାରେ, ପିସିବି ଚେୟାର୍ମ୍ୟାନ୍ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନାମାଙ୍କିତ କରନ୍ତି। ସେମାନଙ୍କ ମଧ୍ୟରୁ ବୋର୍ଡର ପରିଚାଳନା ଅପ୍ ଗଭର୍ଣ୍ଣର୍ସଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ସେହି ଦୃଷ୍ଟିରୁ ଶ୍ରୀ ସରିଫ ନଜାମ ସେଠୀଙ୍କୁ ପିସିବି ଚେୟାରମ୍ୟାନ୍ ଘୋଷଣା କରିଛନ୍ତି।