ପେଶାଓ୍ୱାର ୦୯/୦୯: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚରେ ପାକିସ୍ତାନରେ ହେବାକୁ ଅଛି । ମେଜଓ୍ୱାନିରେ ହେବାକୁ ଥିବା ଏହି ମ୍ୟାଚ୍କୁ ନେଇ ଜାରି ରହିଛି ସସ୍ପେନ୍ସ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପୂର୍ବରୁ କହିସାରିଛି ଚାମ୍ପିଅନ୍ସ ଟ୍ରଫିକୁ ନେଇ ପାକିସ୍ତାନ ଗସ୍ତ କରିବନି ଟିମ୍ ଇଣ୍ଡିଆ ।
ଯେତେବେଳେ କି ପାକିସ୍ତାନ କ୍ରିକେଟ ବୋର୍ଡ ଏବେ ବି ଆଶା କରି ରଖିଛି ହୋଇପାରେ ସିରିଜ । ପିସିବି ଅଧ୍ୟକ୍ଷ ମୋହସିନ ଖାନ୍ ନକଓ୍ୱି ଚାମ୍ପିଅନ୍ସ ଟ୍ରଫିକୁ ନେଇ ବଡ ଦାବି କରିଛନ୍ତି । ନକଓ୍ୱି ଦୃଢତାର ସହ ଦାବି କରିଛନ୍ତି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ହିଁ ଖେଳାଯିବ । ଏହାକୁ ନେଇ ବିସିସିଆଇ ସମେସ ତମାମ କ୍ରିକେଟ ବୋର୍ଡରୁ ଏହି ଚର୍ଚ୍ଚା ହେଉଛି । ଲାହୋରରେ ଗଦ୍ଦାଫି ଷ୍ଟାଡିୟମ ଗସ୍ତ ବେଳେ ନକଓ୍ୱି କହିଥିଲେ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜନ ହେବ ।
ସେ କହିଛନ୍ତି ମୁଁ ବିସିସିଆଇ ସଚିବଙ୍କ ସହ ଯୋଗଯୋଗରେ ଅଛି । ଏହା ବ୍ୟତୀତ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବାକୁ ଥିବା ବାକି ଟିମ୍ଗୁଡିକ ବୋର୍ଡ ସହ କଥାବାର୍ତ୍ତା ଜାରି ରଖିଛନ୍ତି । ନକଓ୍ୱି କହିଛନ୍ତି ଆମେ ଜୟ ଶାହଙ୍କ ସହ କଥାବାର୍ତ୍ତା କରିଛନ୍ତି । ସେ ICC ଚେୟାରମ୍ୟାନ୍ ହେବା ପରେ କୌଣସି ଚିନ୍ତା ନାହିଁ ।