ପେଟିଏମ୍ ଲଂଚ କଲା ଏହି ନୂଆ ସର୍ଭିସ୍, ଆୟ କରିହେବ ଲକ୍ଷେ ଟଙ୍କା
31/07/2019 at 12:59 PM

ଅଧିକାଂଶ ଲୋକେ ଆଜିକାଲି ଇନ୍ଷ୍ଟାଣ୍ଟ ପେମେଣ୍ଟର ଅପସନ୍ ଉପଯୋଗ କରନ୍ତି। ଏହା ଦ୍ବାରା ସମୟ ବଞ୍ଚିବା ସହ ପାଖରେ ଅଧିକ କ୍ୟାସ୍ ରଖିବାକୁ ପଡେ ନାହିଁ। ଏହା ସହ ଇନ୍ଷ୍ଟାଣ୍ଟ ପେମେଣ୍ଟ ପ୍ଲାଟ୍ଫର୍ମରେ ଲୋକେ କମ ସମୟରେ ଅଧିକ ଟଙ୍କା ଆୟ କରିବାର ସୁଯୋଗ ପାଉଛନ୍ତି।ତେବେ ଇନ୍ଷ୍ଟାଣ୍ଟ ପେମେଣ୍ଟ ପ୍ଲାଟଫର୍ମ ପେଟିଏମ୍ ନିଜ ଉପଭୋକ୍ତାଙ୍କ ପାଇଁ ଏକ ନୂଆ ସେର୍ଭିସ ଲଂଚ କରିଛି। ଏହା ଦ୍ବାରା ଲୋକେ କମ ସମୟରେ ଅଧିକ ଟଙ୍କା ଆୟ କରି ପାରିବେ।
ପେଟିଏମ୍କୁ ଡିଜିଟାଲ ସେବା ଦେଉଥିବା କମ୍ପାନୀ ପେଟିଏମ୍ ମନି(Patym Money), ବ୍ରୋକିଂ ସର୍ଭିସ୍(Broking service), ନ୍ୟାସନାଲ ପେନ୍ସନ ସ୍କିମ୍ (National Pension scheme)ସହ (Exchange Trade Fund) ଏକ୍ସଚେଞ୍ଜ ଫଣ୍ଡ ଶୀଘ୍ର ଲଂଚ ହେବ। ଏହା ବ୍ୟତୀତ ପେଟିଏମ୍ ନିଜ ଉପଭୋକ୍ତା ପାଇଁ ଅନେକ ସ୍କିମ୍ ଲଂଚ କରିବା ନେଇ କାମ କରୁଛି ଯାହା ଖୁବ୍ ଶୀଘ୍ର ବଜାରକୁ ଆସିବ। ନୂଆ ଯୋଜନାକୁ ନେଇ କମ୍ପାନୀର ପ୍ରମୁଖ ଅଧିକାରୀ କହିଛନ୍ତି ଯେ, ଏହି ସେବା ଲଂଚ କରିବା ପାଇଁ ସେ ପେନସନ୍ ଫଣ୍ଡ ନିର୍ଦ୍ଦେଶକ ଓ ବିକାଶ ଅଧିକାରୀଙ୍କଠାରୁ ଅନୁମତି ଆଣିସାରିଛନ୍ତି।
ଖୁବ ଶୀଘ୍ର ଏହି ସର୍ଭିସ୍ ଆରମ୍ଭ ହେବାକୁ ଯାଉଛି। ପ୍ରଥମଥର ପାଇଁ ପେଟିଏମ୍ ନିଜ ମ୍ୟୁଚୁଆଲ ଫଣ୍ଡ ସେଲ କରିବାକୁ ଯାଉଛି। ପେଟିଏମ୍ ପ୍ଲାଟଫର୍ମରେ ଏବେ ୭୫ ପ୍ରତିଶତ ଏସ୍ଆଇପି ଅର୍ଥାତ ସିଷ୍ଟମେଟିକ୍ ଓ ପ୍ଲାନ ଇନ୍ଭେଷ୍ଟମେଣ୍ଟ ଅଛି। ପେଟିଏମ୍ ଉପଭୋକ୍ତାଙ୍କୁ ସୁରକ୍ଷିତ ପ୍ଲାଟଫର୍ମ ମଧ୍ୟ ଦେଇଛି। ଏସ୍ଆଇପି ଇନ୍ଭେଷ୍ଟମେଣ୍ଟର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ତେବେ ବର୍ଷ ଶେଷ ଯାଏଁ ଏହା ୧୦ ଲକ୍ଷ ହେବାର ଅନୁମାନ କରାଯାଉଛି। ଏହି ସର୍ଭିସ ଲଂଚ ହେବାପରେ ଏହାର ୟୁଜର୍ସ ବିଭିନ୍ନ ସେବା ଦ୍ବାରା ଲକ୍ଷଲକ୍ଷ ଟଙ୍କା ରୋଜଗାର କରିପାରିବେ ।