Paytm ସେୟାର ମୂଲ୍ୟରେ ୧୦% ହ୍ରାସ,  ଭାଙ୍ଗିଲା ପୂର୍ବ ରେକର୍ଡ

Published By : Prameya-News7 Bureau | November 22, 2022 IST

ମୁମ୍ବାଇ ୨୨।୧୧: ପେଟିଏମର ପ୍ୟାରେଣ୍ଟ କମ୍ପାନୀ ୱାନ୯୭ କମ୍ୟୁନିକେସନର ସେଆର ୨୨ ନଭେମ୍ବର ମଙ୍ଗଳବାର  ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ଇଣ୍ଟ୍ରାଡେରେ ୧୦ ପ୍ରତିଶତ ହ୍ରାସ ସହ ୪୮୩ ଟଙ୍କା ୨୦ ପଇସାକୁ ପହଞ୍ଚିଯାଇଛି। ପେଟିଏମ ସେୟାର ମୂଲ୍ୟରେ ଏହା ଅଲଟାଇମ ଲୋ ବୋଲି କୁହାଯାଇଛି। ଏହା ପୂର୍ବରୁ ମେ ୧୨ ତାରିଖ ଦିନ ସେୟାର ଏହାର ରେକର୍ଡ ନିମ୍ନ ସ୍ତର ୫୧୧ ଟଙ୍କାକୁ ପହଞ୍ଚିଥିଲା।

ଗତ ୨ ସପ୍ତାହରେ ଫିନଟେକ୍‌ କମ୍ପାନୀ ସେୟାରରେ ପାଖାପାଖି ୨୬ ପ୍ରତିଶତ ହ୍ରାସ ହୋଇଛି। ଏହି ଅନୁସାରେ ଏକ ବର୍ଷରେ ସେୟାର ମୂଲ୍ୟରେ ପାଖାପାଖି ୬୪ ପ୍ରତିଶତ ହ୍ରାସ ହୋଇଛି। ବର୍ତ୍ତମାନ ପେଟିଏମ ସେୟାର ତାର ଆଇପିଓ ପ୍ରାଇସ୍ ୨ହଜାର ୧୫୦ ଟଙ୍କାରୁ ୭୮ ପ୍ରତିଶତ ତଳକୁ ଖସି ସାରିଛି। ସେୟାର ଲିଷ୍ଟିଂ ଦିନ ଅର୍ଥାତ ୧୮ ନଭେମ୍ବର ୨୦୨୧ରେ ୧ ହଜାର ୯୬୧ ଟଙ୍କାର ରେକର୍ଡ ହାଇରେ ଖୋଲିଥିଲା।

{"id":712338,"width":841,"height":593,"sizeSlug":"full","linkDestination":"none"}

ଗତ ନଭେମ୍ବର ୧୭ ତାରିଖ ଦିନ ସଫ୍ଟ ବ୍ୟାଙ୍କ ମାର୍କେଟ ଟ୍ରାଞ୍ଜାକ୍ସନ ଜରିଆରେ ପେଟିଏମର ପ୍ୟାରଣ୍ଟ କମ୍ପାନୀ ୱାନ୯୭ କମ୍ୟୁନିକେସନର ୪.୫ ପ୍ରତିଶତକୁ ୧,୬୩୧ ଟଙ୍କାରେ ବିକ୍ରି କରିଦେଇଥିଲା। ଏହି ବିକ୍ରୟ ସହ ସଫ୍ଟ ବ୍ୟାଙ୍କରେ ପେଟିଏମର ସେୟାର ହୋଲ୍ଡିଂସ ୧୭.୪୫ ପ୍ରତିଶତରୁ ହ୍ରାସ ହୋଇ ୧୨.୯୫ ପ୍ରତିଶତ ହୋଇଯାଇଛି।

ଚଳିତସପ୍ତାହ ପ୍ରାରମ୍ଭରେ ପେଟିଏମରେ ନିବେଶ କରିଥିବା ପ୍ରି ଆଇପିଓ ଇନଭେଷ୍ଟର୍ସଙ୍କ ଲାଗି ଲକ୍‌ ଇନ ପିରିୟଡ ସମାପ୍ତ ହୋଇଯାଇଛି।  ବ୍ରୋକରେଜ ଫାର୍ମ  ବି ଅଫ ଏ ସିକ୍ୟୁରିଟିଜ୍ ଙ୍କ ସମୀକ୍ଷକ ପେଟିଏମ ଲାଗି ନ୍ୟୁଟ୍ରଲ ରେକମଣ୍ଡେସନ କରିଛନ୍ତି। ବ୍ରୋକରେଜ ଫାର୍ମ ପେଟିଏମର ଫଣ୍ଡାମେଣ୍ଟାଲକୁ ନେଇ ବେଶ ଆଶାବାଦୀ ଅଛନ୍ତି। ଏଣୁ ପେଟିଏମରେ ପୁଣି ଦ୍ରୁତ ବିକାଶ ହୋଇପାରେ ବୋଲି ଆକଳନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.