ଗୁଡଗାଓଁରେ ପେଟିଏମ୍ କର୍ମଚାରୀଙ୍କୁ କରୋନା, ଏନସିଆରରେ ଆତଙ୍କର ମାହୋଲ

Published By : Prameya-News7 Bureau | March 04, 2020 IST

ଗୁଡଗାଓଁ ୦୪।୦୩- ଦେଶର ରାଜଧାନୀ ଦିଲ୍ଲୀରେ ସୋମବାର କରୋନା ଭୂତାଣୁ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଭାରତରେ କରୋନାର ଆଗମନ ସହିତ ଲୋକଙ୍କ ମଧ୍ୟରେ ଉଦବେଗ ଓ ଆତଙ୍କର ମାହୋଲ ଖେଳି ଯାଇଛି। ଏବେ ଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମରେ କରୋନା ଭୂତାଣୁରେ ଆଉ ଜଣେ ସଂକ୍ରମଣକାରୀ ଚିହ୍ନଟ ହୋଇଛନ୍ତି। ପେଟିଏମର ଗୁରୁଗ୍ରାମ ଅଫିସରେ ଜଣେ କର୍ମଚାରୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବାର ସୂଚନା ମିଳିଛି। କମ୍ପାନୀ ବୁଧବାର ଏହାର ସୂଚନା ଦେଇଛି। ଏହା ସହିତ କମ୍ପାନୀ କରୋନାକୁ ବ୍ୟାପିବାକୁ ରୋକିବା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ଉଠାଇ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଛି।

ପେଏଟିମ ନିଜର ବୟାନରେ କହିଛି ଯେ, ଆମର ଗୁରୁଗ୍ରାମ ଅଫିସରେ ଜଣେ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏହି କର୍ମଚାରୀ ନିକଟରେ ଇଟାଲୀରୁ ଫେରିଥିଲେ। ସେ ଛୁଟି ମନାଇବା ପାଇଁ ଇଟାଲୀ ଯାଇଥିଲେ। ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ସାବଧାନପୂର୍ବକ ପେଟିଏମ ନିଜର କର୍ମଚାରୀଙ୍କୁ ତୁରନ୍ତ ନିଜ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ନେବାକୁ କହିଛି।

ଏହା ବ୍ୟତୀତ ପେଟିଏମ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦେଇଛି। ଅନ୍ୟପଟେ ଗୁଡଗାଓଁ ଅଫିସକୁ ସଫା ସୁତୁରା ରଖିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଇଟାଲୀ କରୋନା ଭୂତାଣୁରେ ପ୍ରଭାବିତ ହେବା ଦେଶ ମଧ୍ୟରୁ ଏକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.