ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବିବାହ ବନ୍ଧନରେ ବାନ୍ଧି ହେଲେ ପାୟଲ-ସଂଗ୍ରାମ, ସେୟାର କଲେ ଫଟୋ

10/07/2022 at 8:10 AM

ନୂଆଦିଲ୍ଲୀ ୧୦।୦୭: ପାୟଲ ରୋହତଗି ଏବଂ ସଂଗ୍ରାମ ସିଂ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ଦୁହିଁଙ୍କ ଏହି ସ୍ପେଶାଲ୍‌ ଦିନ ପାଇଁ ଦୀର୍ଘ ସମୟ ଧରି ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଦମ୍ପତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଫଟୋ ଗୁଡ଼ିକରେ ପାୟଲ କନ୍ୟା ବେଶରେ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ସଂଗ୍ରାମ ମଧ୍ୟ ବହୁତ ଚମତ୍କାର ଦେଖାଯାଉଥିଲେ।

ପାୟଲ ରୋହତଗି ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ପ୍ରଶଂସକ ଏବଂ ସେଲିବ୍ରେଟମାନେ ବହୁତ ପସନ୍ଦ କରିଛନ୍ତି। ପାୟଲ ଇନଷ୍ଟାଗ୍ରାମରେ ୯ଟି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବିବାହର ବିଭିନ୍ନ ମୁହୂର୍ତ୍ତକୁ ଉପଭୋଗ କରୁଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ପାୟଲ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପାୟଲ କେ ସଂଗ୍ରାମ।’

କହିବାକୁ ଗଲେ ଆଗ୍ରାସ୍ଥିତ ଜେପୀ ପ୍ୟାଲେସରେ ସଂଗୀତ, ମେହେନ୍ଦି ଏବଂ ହଲଦି ରୀତିନୀତି ଅନୁଷ୍ଠିତ ହୋଇଥିଲା, ଯାହା ପରେ ଏହି ଦମ୍ପତି ଆଗ୍ରାର ବହୁ ପୁରୁଣା ମନ୍ଦିରରେ ହାତଗଣ୍ଠି ପଡିଥିଲା  କାହିଁକି ନା ଆଗ୍ରା ପ୍ରେମର ପ୍ରତୀକ ପାଇଁ ଜଣାଶୁଣା । ଏହା ପରେ ଦୁହେଁ ଦିଲ୍ଲୀ ଏବଂ ମୁମ୍ବାଇରେ ରିସେପ୍ସନ୍ ଦେବେ।

   Related Posts