scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରିୟଙ୍କାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ ବିବାଦୀୟ ହେଲେ ଅଭିନେତ୍ରୀ ପାୟଲ : “ସନ୍ନି ଲିଓନିଙ୍କୁ ପ୍ରିୟଙ୍କା ସହ ଛିଡା କରିଦିଅ” କହିଥିଲେ

25/01/2019 at 6:54 PM

ମୁମ୍ବାଇ ୨୫/୧ : କେଉଁ ଜଣେ ସୋସିଆଲ ମିଡ଼ିଆ ଜ୍ଞାନୀ କହିଛନ୍ତି ଯେ, ରାଗିଥିବା ସମୟରେ, ଦୁଃଖ ଏବଂ ନିଶା ଅବସ୍ଥାରେ ସୋସିଆଲ ମିଡ଼ିଆର ବ୍ୟବହାର କରିବା ଉଚିତ ନୁହେଁ | କାରଣ ଏଭଳି କରି କିଛି ଭଦ୍ର ବ୍ୟକ୍ତି ସାମାଜିକ ନିନ୍ଦିତ ହୋଇଛନ୍ତି | ଏହି ତାଲିକାରେ ଏବେ ଏକ ନୂଆ ନାଁ ସାମିଲ ହୋଇଛି | ଏହି ନୂଆ ନାଁ ହେଲା ପାୟଲ ରୋହତଗୀଙ୍କ | ଟ୍ୱିଟର ବାୟୋଡାଟା ହିସାବରେ ପାୟଲ ଜଣେ ଅଭିନେତ୍ରୀ, ରାଜନେତା, ଯୋଗ ସାଧିକା, ଗୁଜରାଟ ବୋର୍ଡ ଟପ୍ପର, କମ୍ପ୍ୟୁଟର ଇଂଜିନିୟର ଏବଂ ଜଣେ ବିଚାରଶୀଳ ହିନ୍ଦୁ ମହିଳା | ତାଙ୍କ ଵୟୋଡ଼ାଟା ବହୁତ ଉଚ୍ଚ ଭଳି ଜଣାପଡେ | ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳରେ ଯୋଗଦେବା ପରେ ପାୟଲ ଏଭଳି ଏକ ଟ୍ୱିଟ କରିଛନ୍ତି ଯାହା କୌଣସି ବିଚାରଶୀଳ ମହିଳା କେବେ ମଧ୍ୟ କରିବନାହିଁ |

ପାୟଲ ଟ୍ୱିଟ କରିଛନ୍ତି ଯେ, କୁହାଯାଏ ପ୍ରଧାନମନ୍ତ୍ରୀ ହେବାପାଇଁ ଇନ୍ଦିରା ଗାନ୍ଧୀ ଲାଲ ବହାଦୁର ଶାସ୍ତ୍ରୀଙ୍କୁ ହତ୍ୟା କରିଥିଲେ | ନିଜ ପୁଅ ସଞ୍ଜୟ ଗାନ୍ଧୀଙ୍କୁ ମଧ୍ୟ ହତ୍ୟା କରିଥିଲେ | ସେ ଜଣେ ସ୍ୱେଚ୍ଛାଚାରୀ ଶାସକ ଥିଲେ  | ଦେଶବାସୀ କ’ଣ ପୁଣି ଜଣେ ସ୍ବେଛାଚାରୀ ଶାସକ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପାୟଲ | ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ଚେହେରାର ସାମଞ୍ଜସ୍ୟ ରହିବା କିଛି ବଡ କଥା ନୁହେଁ  |ସେ ଦୃଷ୍ଟିରୁ ଇନ୍ଦିରା ଓ ପ୍ରୟଙ୍କା ଚେହେରାରେ ସାମଞ୍ଜସ୍ୟ ରହିଛି । ଇତିହାସରେ ଏହା ପ୍ରମାଣିତ ହୋଇଛି ବୋଲି ଟ୍ୱିଟ କରିଛନ୍ତି ପାୟଲ |

ଗାନ୍ଧୀ, ନେହେରୁ ପରିବାରକୁ ନେଇ ଯେତିକି ମସଲା ପ୍ରସ୍ତୁତ କରାଯାଇଛି ସୋସିଆଲ ମିଡ଼ିଆରେ ତାର ତୁଳନା ଅନ୍ୟ କୌଣସି କାହାଣୀ ସହ ହୋଇପାରିବନାହିଁ | ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ କ୍ରୋଧରେ ଥିବା ପାୟଲ ରାହତଗୀ ଏହି ସବୁ ଜ୍ଞାନ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ | ଟ୍ୱିଟରରେ ଏହି ପୋଷ୍ଟ କରିବା ପରେ ଟ୍ରଲର ଶିକାର ହୋଇଥିଲେ ପାୟଲ | ଏହାପରେ ପାୟଲ ଯେଉଁ କମେଣ୍ଟ କରିଥିଲେ ତାହା ବହୁତ ଖରାପ ଥିଲା | ଜଣେ ବିଚାରଶୀଳ ମହିଳା ଏଭଳି କମେଣ୍ଟ ଦେଲେ ବିବାଦୀୟ ହୋଇପଡିଥାନ୍ତି |

ଏକ କମେଣ୍ଟର ଜବାବରେ ପାୟଲ ଲେଖିଥିଲେ ଯେ, ପର୍ଣ୍ଣ ଷ୍ଟାର ସନ୍ନି ଲିଓନିଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଛିଡା କରିଦିଅନ୍ତୁ | ସେ ବକ୍ସ ଅଫିସ ସହ ବେଡ଼ରୁମ ଷ୍ଟୋରିଜରେ ମଧ୍ୟ ହିଟ | ଉଭୟ ବସି ନିଜ ନିଜ ସ୍ୱାମୀଙ୍କୁ ପ୍ରମୋଟ କରିବେ | ଗୋଟାଏପଟେ ରବର୍ଟ ବାଡ୍ରା ତ ଆଉଗୋଟିଏ ପଟେ ଡାନିଏଲ ବେଵର | ସେ ଆହୁରି ଲେଖିଥିଲେ ଯେ, ଭାରତୀୟଙ୍କୁ ଗୋରା ଚମ ଭଲଲାଗେ ଏବଂ ଫ୍ରିରେ ସେକ୍ସ ଜ୍ଞାନ ମଧ୍ୟ ମିଳିଯିବ |

ତେବେ ପ୍ରଥମ ଟ୍ୱିଟରେ ପାୟଲ ନିଜ ଫଟୋ କାହିଁକି ଦେଇଥିଲେ ତା’ର ସୂଚନା ସାଇବର ଏକ୍ସପର୍ଟଙ୍କ ପାଖରେ ମଧ୍ୟ ନାହିଁ | ସୋସିଆଲ ମିଡ଼ିଆ ଟ୍ରଲର ବିଶେଷତ୍ୱ ହେଲା, ଯେତେବେଳେ କାହା ପାଖରେ ନିଜ କଥା ପ୍ରମାଣ କରିବା ପାଇଁ କିଛି ଫେକ୍ଟ ନଥାଏ ସେତେବେଳେ ସେମାନେ ଅନ୍ୟମାନଙ୍କ ବ୍ୟକ୍ତିଗତ ଜୀବନରେ ଦାଖଲ ଦେବା ଆରମ୍ଭ କରିଦେଇଥାନ୍ତି | କମେଣ୍ଟର ଜବାବରେ ପାୟଲ ଅନେକ ମହିଳାଙ୍କୁ ମଧ୍ୟ ଘାଇଲା କରିଛନ୍ତି |

କଂଗ୍ରେସରେ ପରିବାର ବାଦ ଶାସନ ଚାଲିଛି | କଂଗ୍ରେସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ହୋଇଗଲାଣି ବୋଲି କମେଣ୍ଟ କରୁଛନ୍ତି ଲୋକେ | କଂଗ୍ରେସ ଶାସନ କାଳରେ ଦୁର୍ନୀତି, ଭ୍ରଷ୍ଟାଚାର ହୋଇଛି ନା ଆଉ କିଛି ହୋଇଛି ତ’ଉପରେ ଆଲୋଚନା ହେବା ଦରକାର | ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ନିଶ୍ଚୟ ପ୍ରଶ୍ନ ଉଠିବା ଦରକାର ଯେ, ତାଙ୍କ ସାଂଜ୍ଞା ଛଡା ତାଙ୍କର ରାଜନୈତିକ ପରିଚୟ କ’ଣ ଅଛି  ବୋଲି ପାୟଲ ପ୍ରଶ୍ନ କରିଛନ୍ତି ।

They say that Indira Gandhi killed LaL Bahadur Shastri to become PM of India. They say Indira killed her son Sanjay Gandhi. They say Indira was a #Dictator ? Do we need another killer or dictator or fascist ? Blood & Lookalikes can have similar traits ? #PriyankaInPolitics pic.twitter.com/BiSrA8fTfP— PAYAL ROHATGI & Team (@Payal_Rohatgi) January 23, 2019

   Related Posts