ଏବେ ଆପଣ କ୍ରେଡିଟ୍ କାର୍ଡରୁ ଦେଇପାରିବେ ଘରଭଡ଼ା, ମିଳିବ କ୍ୟାସ୍ ବ୍ୟାକ୍ ଜାଣନ୍ତୁ କେତେ?

Published By : Prameya-News7 Bureau | February 09, 2021 IST

ନୋଇଡା ୯।୨: ଯଦି ଆପଣ ଭଡ଼ା ଘରେ ରହୁଥାନ୍ତି ତେବେ ଘର ମାଲିକଙ୍କୁ କ୍ରେଡିଟ୍‌ କାର୍ଡରୁ ପୈଠ କରିପାରିବେ। ଏହି ସୁବିଧା ପେଟିଏମ ତାଙ୍କ ପ୍ଲାଟଫର୍ମରେ ଉପଲବ୍ଧ କରାଇଛନ୍ତି। ପେଟିଏମରେ ଘରଭଡ଼ା ପୈଠ କଲେ ଟଙ୍କା ତୁରନ୍ତ ଘର ମାଲିକଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଯିବ। ଏଥିଲାଗି ଡିଜିଟାଲ ଫାଇନାନଲିଆସ ସର୍ଭିସେସ୍‌ ପ୍ଲାଟଫର୍ମ ତାଙ୍କର ରେଣ୍ଟ ପେମେଣ୍ଟ ଫିଚରରେ ଏକ ନୂଆ ଫିଚର ଯୋଡିଛନ୍ତି।

{"id":406264,"sizeSlug":"large","linkDestination":"none"}

ଏଥିରେ ଯଦି ଆପଣ କ୍ରେଡିଟ୍‌ କାର୍ଡରୁ ଘର ଭଡା ପୈଠ କରନ୍ତି ତେବେ ଆପଣଙ୍କୁ ୧ ହଜାର ଟଙ୍କା କ୍ୟାସ୍‌ ବ୍ୟକ୍‌ ମଧ୍ୟ ମିଳିବ। ଏନେଇ ପେଟିଏମ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ ୟୁଜର୍ସ ତାଙ୍କ କ୍ରେଡିଟ୍‌ କାର୍ଡରୁ ସିଧା ଘର ମାଲିକଙ୍କୁ ଭଡ଼ା ପୈଠ କରିପାରିବେ ବୋଲି କୁହାଯାଇଛି । ଏଥିଲାଗି ୟୁଜରଙ୍କୁ ପେଟିଏମ୍‌ ହୋମ ସ୍କ୍ରିନ୍‌ରେ ରିଚାର୍ଜ ଏଣ୍ଡ ପେ ବିଲସ୍‌ କୁ ଯାଇ ରେଣ୍ଟ ସିଲେକ୍ଟ କରିବାକୁ ହେବ।

{"id":406265,"sizeSlug":"large","linkDestination":"none"}

ପେଟିଏମ୍‌ ଡେବିଟ୍‌ କାର୍ଡ ଓ ନେଟବ୍ୟାଙ୍କିଙ୍ଗରୁ ମଧ୍ୟ ଘରଭଡା ପୈଠ କରିବାର ସୁବିଧା ଉପଲବ୍ଧ କରିଛନ୍ତି। ଫିଚର ଉପଯୋଗ କରିବାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ୟୁଜରଙ୍କୁ ତାଙ୍କ ଘର ମାଲିକଙ୍କ ଆକାଉଣ୍ଟ ଡିଟେଲସ୍‌ ଅପଲୋଡ କରିବାକୁ ହେବ। ରେଣ୍ଟ ଦେୟ ପୈଠ ସମ୍ପର୍କିତ ଇନୋଭେଟିବ ଡ୍ୟାସ୍‌ ବୋର୍ଡ ଆପଣଙ୍କ ସବୁ ପ୍ରକାର ପେମେଣ୍ଟ ଟ୍ରାକ୍‌ କରିଥାଏ। ଏହା ଦେୟ ତାରିଖ ମନେ ରଖିବା ସହ ପେମେଣ୍ଟ କନଫର୍ମେସନ ନେଇ ଘର ମାଲିକଙ୍କୁ ମଧ୍ୟ ସୂଚିତ କରିଥାଏ।

{"id":406266,"sizeSlug":"large","linkDestination":"none"}

ନୂଆ ଫିଚର ସମ୍ପର୍କରେ ପେଟିଏମ୍‌ ଭାଇସ୍‌ ପ୍ରେସିଡେଣ୍ଟ ନରେନ୍ଦ୍ର ଯାଦବ କହିଛନ୍ତି ଯେ ଆମ ଦେଶରେ ଘରଭଡା ଭଡାଟିଆଙ୍କ ଲାଗି ସବୁଠୁ ବଡ ଖର୍ଚ୍ଚ ମଧ୍ୟରୁ ଅନ୍ୟତମ। ତେବେ ଆମର ରେଣ୍ଟ ପେମେଣ୍ଟ ଫିଚର ଅନିଶ୍ଚିତ ସମୟରେ କ୍ୟାସ୍‌ ଫ୍ଲୋ କାୟମ ରଖିବା ଲାଗି ୟୁଜରଙ୍କୁ ସକ୍ଷମ ରଖିଥାଏ। ଏଥିରେ ୟୁଜରଙ୍କୁ ତାଙ୍କ କ୍ରେଡିଟ କାର୍ଡ ସାଇକେଲ ଅନୁସାରେ ଘରଭଡ଼ା ପ୍ରଦାନର ସୁବିଧା ପ୍ରଦାନ କରିଥାଏ । ଏଥିରୁ କମ୍ପାନୀ ମାର୍ଚ୍ଚ ୨୦୨୧ ସୁଧା ୩୦୦ କୋଟି ଟଙ୍କା ରେଣ୍ଟ ପ୍ରୋସେସିଂର ଯୋଜନା ରଖିଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.