ପେଟିଏମ ପେମେଣ୍ଟରେ ଆସିଲା ପରିବର୍ତ୍ତନ, ଓ୍ବାଲେଟରେ ପଇସା ଯୋଡିଲେ ଦେବାକୁ ହେବ ଅତିରିକ୍ତ ଟଙ୍କା

Published By : Prameya-News7 Bureau | October 17, 2020 IST

ନୂଆଦିଲ୍ଲୀ ୧୭/୧୦: ଡିଜିଟାଲ ପେମେଣ୍ଟ କରିବା ପାଇଁ ଯଦି ପେଟିଏମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖରାପ ଖବର। ଏବେ ପେଟିଏମ ଓ୍ବାଲେଟରେ ଟଙ୍କା ଯୋଡିବା ପାଇଁ ଅତିରିକ୍ତ ଚାର୍ଜ ଲାଗିବ । ଅର୍ଥାତ ୨ ପ୍ରତିଶତ ଅତିରିକ୍ତ ଟଙ୍କା ଦେବାକୁ ହେବ। ଅବଶ୍ୟ ପୂର୍ବରୁ ଏ ନିୟମ ଦଶ ହଜାର ଟଙ୍କା ବା ତାଠୁ ଅଧିକ ଟଙ୍କା ଉପରେ ଲାଗୁ ହେଉ ଥିଲା।

ଏ​‌ବେ ସୁଦ୍ଧା କ୍ରେଡିଟ କାର୍ଡରୁ ପେଟିଏମ ଓ୍ବାଲେଟରେ ଟଙ୍କା ଯୋଡିବା ପାଇଁ କୌଣସି ଚାର୍ଜ ଲାଗୁ ହେଉ ନ ଥିଲା। ମାତ୍ର ଏବେ କମ୍ପାନି ତା ନିୟମର ପରିବର୍ତନ ଆଣିଛି। କ୍ରେଡିଟ୍ କାର୍ଡ ବ୍ୟବହାର କରି ପେଟିଏମ ମୋବାଇଲ ଓ୍ବାଲେଟରେ ଯେଉଁ ରାଶି ଯୋଡା ହୋଇଛି ସେଥିରେ ୨ ପ୍ରତିଶତ ଶୁକ୍ଲ ଲଗାଇବା କାମ ଆରମ୍ଭ ହୋଇଛି। ପେଟିଏମ ଅନୁସାରେ ଯେତେବେଳେ ସେମାନେ କ୍ରେଡିଟ୍ କାର୍ଡ ବ୍ୟବହାର କରି ଟଙ୍କା ଯୋଡନ୍ତି ସେତେବେଳେ ସେମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟାଅଙ୍କର ପେମେଣ୍ଟ କରନ୍ତି। ପେଟିଏମ ନେଣଦେଣ ପାଇଁ ମାମୁଲି ଶୁକ୍ଲ ନେଉଛି।

ଏହା ସହ ପେଟିଏମ ଏମିତି ବି ଅଫର ଦେଉଛି ଯେଉଁଥିରେ ୟୁଜର କ୍ରେଡିଟ୍ କାର୍ଡ ବ୍ୟବହାର କରି ୫୦ ଟଙ୍କା ଯୋଡିଲେ ୨ ପ୍ରତିଶତ କ୍ୟାସବ୍ୟାକ ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଏଥିରେ କୌଣସି ପେମେଣ୍ଟ ଅପସନରୁ ଓ୍ବାଲେଟରେ ଆମାଉଣ୍ଟ ଆଡ କରିବାରେ କିଛି ଶୁକ୍ଲ ଲାଗିବ ନାହିଁ।

ସୂଚନାଯୋଗ୍ୟ କୌଣସି ମର୍ଚାଣ୍ଟ ସାଇଟରୁ ପେଟିଏମରୁ ପେଟିଏମ ପେମେଣ୍ଟ କରିବା ଉପରେ ଅତିରିକ୍ତ ଚାର୍ଜ ଲାଗୁ ହେବ ନାହିଁ। ସେହିପରି ପେଟିଏମରୁ ପେଟିଏମ ଓ୍ବାଲେଟରୁ ମନି ଟ୍ରାନ୍ସଫର କରିବାରେ ମଧ୍ୟ କିଛି ଚାର୍ଜ ଲାଗିବ ନାହିଁ। ଅନ୍ୟପକ୍ଷେ ଡେବିଟ କାର୍ଡ ବା ନେଟବ୍ୟାଙ୍କିଙ୍ଗରୁ ପେଟିଏମ ଓ୍ବାଲେଟରେ ମନି ଆଡ କରିବାରେ କୌଣସି ଚାର୍ଜ ଲାଗିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.