ବାଇକ୍ ଚାଳକ ଧ୍ୟାନ ଦିଅନ୍ତୁ ! ପଛରେ ବସୁଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ, ନଚେତ୍ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

Published By : Prameya-News7 Bureau | December 05, 2020 IST

ଭୁବନେଶ୍ଵର ୦୫।୧୨: ବାଇକଚାଳକ ଧ୍ୟାନ ଦିଅନ୍ତୁ। ଏବେ କେବଳ ଚାଳକ  ହେଲମେଟ୍‌ ପିନ୍ଧିଲେ ଚଳିବ ନାହିଁ। ଏବେ  ବାଇକ ପଛରେ  ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ। ଯଦି ବାଇକ୍‌ ପଛରେ ବସିଥିବା  ବ୍ୟକ୍ତି ହେଲମେଟ୍‌ ପିନ୍ଧିନଥିବେ ତେବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡାକଡି ପାଳନ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧୀକରଣ(ଏସଟିଏ) ପକ୍ଷରୁ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

wp:html /wp:html

ଉଲ୍ଲେଖଯୋଗ୍ୟ, ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବରୁ ଘୋଷଣା କରିଥିଲେ ଯେ, ମାର୍ଚ୍ଚ ୧ରୁ ରାଜ୍ୟରେ ବାଇକ୍ ପଛରେ ବସୁଥିବା ଆରୋହୀ  ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ। ତିନି ମାସ ପାଇଁ ଏଥିରେ ଦିଆଯାଇଥିବା କୋହଳ ଅବଧି ଶେଷ ହେବା ପରେ ୨୦୨୦ ମାର୍ଚ୍ଚରୁ ଏହି ନିୟମ ଲାଗୁ କରାଯିବାର ଥିଲା। ହେଲେ ଦେଶରେ କୋଭିଡ୍-୧୯ ମହାମାରୀ କାରଣରୁ ଏହି ନିୟମକୁ ରାଜ୍ୟରେ ଲାଗୁ କରାଯାଇ ପାରିନଥିଲା।  

ନିୟମ ଅନୁଯାୟୀ, ରାଜ୍ୟରେ ଚାରି ଚକିଆ ଯାନରେ ଚାଳକ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଗତ ବର୍ଷ ନଭେମ୍ବର ୨୮ରେ ରାଜ୍ୟ ସରକାର ଏହି ନୂତନ ନିୟମ ଲାଗୁ କରିବାର ଅବଧିକୁ ଆଉ ତିନି ମାସ ପାଇଁ ଘୁଞ୍ଚାଇ ଥିଲେ।

ଆରଟିଓ କଟକ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ଯେ, ଗତକାଲି ଓଲଟପୁର ଥାନା ଦ୍ଵାରା ମିଳିତ ଯାଞ୍ଚ ଅଭିଯାନ କରାଯାଇଥିଲା। ଏଥିରେ  ବାଇକ୍‌ ପଛରେ ବସି ବ୍ୟକ୍ତି ହେଲମେଟ୍ ପିନ୍ଧି ନଥିବା କାରଣରୁ ୯୨ ଜଣଙ୍କୁ ଜୋରିମାନା ଦେବାକୁ ପଡିଛି। ୪୨ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହେବା ସହ ଜୋରିମାନା  ଭାବେ ୧,୩୪,୦୦୦ ଟଙ୍କା ଆଦାୟ କରାଯାଇଛି। ତେଣୁ  ହେଲମେଟ୍ ପିନ୍ଧି ନିଜ ଜୀବନକୁ ସୁରକ୍ଷିତ ରଖିବା ସହ ଜୋରିମାନା ଦେବାରୁ ବଞ୍ଚନ୍ତୁ ବୋଲି ଲୋକଙ୍କୁ ଅପିଲ୍ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.