ନିର୍ବାଚନୀ ଜିତ୍ କୁ ବିଚାରଧାରାର ଜିତ୍ ଭାବିବା ଅପରାଧା: ପବନ ଖେଡ଼ା

Published By : Prameya-News7 Bureau | March 12, 2022 IST

ନୂଆଦିଲ୍ଲୀ ୧୨।୩: ନିର୍ବାଚନୀ ବିଜୟକୁ ବିଚାରଧାରାର ବିଜୟ ମାନିନେନେବା ସବୁଠୁ ବଡ଼ ‘ଅପରାଧ’। ବୋଧେ ଏହି ଅପରାଧ ଗତ ପିଢୀର ନେତାମାନେ କରିଛନ୍ତି। ଏଆଇସିସି ଜାତୀୟ ମୁଖପାତ୍ର ପବନ ଖେଡା ଶନିବାର ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି। କଂଗ୍ରେସ ସହ ସଂଘର୍ଷର ଏକ ଲମ୍ବା ଇତିହାସ ରହିଛି, ଏଥିରେ ଆମକୁ ଏକ ଦୀର୍ଘ ଯାତ୍ରା ଅତିକ୍ରମ କରିବାକୁ ହେବ ବୋଲି ସେ ଦେଶର କଂଗ୍ରେସ କର୍ମୀ, କାର୍ଯ୍ୟକର୍ତ୍ତା ଓ ନେତାମାନଙ୍କୁ କହିଛନ୍ତି। ଏଥିରେ ନିରାଶା ଓ ହତାସାର ସ୍ଥାନ ନାହିଁ ବୋଲି ସେ କହିଛନ୍ତି।

wp:embed {"url":"https://twitter.com/Pawankhera/status/1502581889869451265","type":"rich","providerNameSlug":"twitter","responsive":true}
https://twitter.com/Pawankhera/status/1502581889869451265
/wp:embed

ନିକଟରେ ଅନୁଷ୍ଠିତ ୫ ରାଜ୍ୟଙ୍କ ବିଧାନସଭା ନିର୍ବାଚନରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ ସୋସିଆଲ ମିଡିଆରେ ମିମସ୍ ଓ ହ୍ୱାଟସ୍‌ ଆପ ସେୟାର କରି ନିଜର ଆକ୍ରୋଶ ପ୍ରକାଶ କରିଥିଲେ। ଏହି ମର୍ମରେ ପବନ ଖେଡା ଭିଡିଓ ବାର୍ତ୍ତା ଟ୍ୱିଟ୍‌ କରିଥିବା ବେଳେ ହତାସ ହେଲେ ମନ ଛୋଟ କଲେ ରାସ୍ତା ଆହୁରି ଦୀର୍ଘ ହୋଇଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେଉଁ ବିଚାରଧାରା ବିରୋଧରେ ଆମେ ଲଢୁଛେ ସେମାନଙ୍କ ଯାତ୍ରାକୁ ଆପଣ ଅବଲୋକନ କରିପାରନ୍ତି। ସେମାନଙ୍କର ରାସ୍ତା ଅଲଗା ଓ ଠିକଣା ମଧ୍ୟ ଅଲଗା। ସେମାନଙ୍କ ବିରୋଧରେ ଆମର ଲଢେଇ ଜାରି ରହିବ। ତେବେ ସେମାନଙ୍କର ଯାତ୍ରାକୁ ବି ଆମକୁ ଦେଖିବାକୁ ପଡିବ ବୋଲି କହିଛନ୍ତି ଖେଡ଼ା ।

{"id":599124,"width":838,"height":492,"sizeSlug":"full","linkDestination":"none"}

ପାଞ୍ଚ,ସାତ ବର୍ଷରେ ଆମେ ଥକିହାରି ବସିଗଲେ ହେବ ନାହିଁ। ଏହା ଆଗମୀ ଅନେକ ବର୍ଷର ଲଢେଇ, ହୁଏତ ଏହି ସମୟରେ ଆମକୁ  ବିଜୟର ମୌକା ବି ମିଳିଯାଇପାରେ। ତେବେ ଏହି ବିଜୟକୁ ଯଦି ଆମେ ବିଚାରଧାରାର ବିଜୟ ମାନିନେବା ତେବେ ଏହା ସବୁଠୁ ବଡ଼ ଅପରାଧ ହେବ ବୋଲି ସେ କହିଛନ୍ତି। ବୋଧେ ଆମ ପୂର୍ବ ପିଢୀର ନେତାମାନେ ଏଇଆ ଭାବିନେଇଥିଲେ ନିର୍ବାଚନ ଜିତିଗଲେ ତ ବିଚାରଧାରାର ବିଜୟ ହୋଇଗଲା ବୋଲି ଭାବୁଥିଲେ। ନିର୍ବାଚନରେ ବିଜୟ ଓ ବିଚାରଧାରାର ବିଜୟ ଦୁଇଟି ଭିନ୍ନ ଭିନ୍ନ କଥା । ଆମକୁ ପୁଣି ସଂଘର୍ଷପଥରେ ଚାଲିବାକୁ ହେବ ଓ ଏହାହିଁ ଆମ ଲାଗି ଏକମାତ୍ର ବିକଳ୍ପ ବୋଲି ଖେଡା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.