suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘ତପସ୍ୟା’ ଟ୍ବିଟ୍‌କୁ ନେଇ ପଓ୍ବନ ଖେଡ଼ାଙ୍କ କ୍ଷମା ପ୍ରାର୍ଥନା; କହିଲେ ବୁଝି ପାରିଛି ଭୁଲ୍, ରାହୁଲ ଗାନ୍ଧି ମୋ ପ୍ରେରଣା

27/03/2023 at 11:48 AM

ନୂଆଦିଲ୍ଲୀ: ‘ତପସ୍ୟା’ ଟ୍ବିଟକୁ ନେଇ କ୍ଷମା ପ୍ରର୍ଥନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପଓ୍ବନ ଖେଡ଼ା । ସେ କହିଛନ୍ତି, ଏହି ଟ୍ବିଟ୍ ନିଜସ୍ବ ସ୍ବାର୍ଥକୁ ନେଇ କରାଯାଇଥିଲା । ‘ମୋ ଭୁଲକୁ ମୁଁ ବୁଝି ପାରିଛି । କ୍ଷମତା ଠାରୁ ଦୂରରେ ରହି କିପରି ରାଜନୀତିରେ ତପସ୍ୟା କରିହେବ, ତାହା ରାହୁଲ ଗାନ୍ଧିଙ୍କ ଠାରୁ ପ୍ରେରଣା ମିଳିଛି’। ରାଜ୍ୟସଭା ଟିକେଟ୍ ନମିଳିବା ପରେ ପବନ ଖେଡ଼ା ନିଜ ଟ୍ବିଟରେ ଲେଖିଥିଲେ, ‘ବେଧେ ମୋ ତପସ୍ୟାରେ କେଉଁଠି କ୍ଷାମି ରହିଯାଇଛି’।

ରାହୁଲ ଗାନ୍ଧିଙ୍କ ଲୋକସବା ସଦସ୍ୟତା ରଦ୍ଦ ହେବା ପରେ ରବିବାର କଂଗ୍ରେସ ପାର୍ଟି ରାଜଘାଟରେ ଦିନିକିଆ ସତ୍ୟାଗ୍ରହ କରିଥିଲା । ଏହି ସମୟରେ ବରିଷ୍ଠ ନେତା ପଓ୍ବନ ଖେଡ଼ା କ୍ଷମା ପ୍ରାର୍ଥନା କରିଥିଲେ । ସେ କହିଛନ୍ତି, ମୁଁ ରାହୁଲ ଗାନ୍ଧିଙ୍କୁ ନିକଟରୁ ଦେଖିଛି । ସେ କ୍ଷମତାକୁ ତ୍ୟାଗ କରି ମଧ୍ୟ ତପସ୍ୟା ଜାରି ରଖିଛନ୍ତି । ଏହା ଠାରୁ ବଡ଼ ତପସ୍ୟା ଆଉ କ’ଣ ହୋଇପାରେ । ଗତ ବର୍ଷ ମେ’ ୨୯ ତାରିଖରେ କଂଗ୍ରେସ ରାଜ୍ୟସଭା ତାଲିକାରେ ନାଁ ସାମିଲ ନହେବା ପରେ ରାଗ ଜର୍ଜରିତ ହୋଇ ‘ବୋଧେ ମୋ ତପସ୍ୟାରେ କେଉଁଠି ଭୁଲ ରହିଯାଇଛି’ ବୋଲି ଟ୍ବିଟ୍ କରିଥିଲେ ବରିଷ୍ଠ ନେତା ପଓ୍ବାନ ଖେଡ଼ା ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ମଧ୍ୟ ପଓ୍ବାନ ଖେଡ଼ା ଟ୍ବିଟ୍ କରିଛନ୍ତି । ଏହାକୁ ନେଇ ଆସାମ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ସେ ନରେନ୍ଦ୍ର ଗୌତମ ଦାସ ମୋଦି କହିଥିଲେ ।  

   Related Posts