ନିର୍ବାଚନ ଜିତିବା ପରେ ଭାଇ ଚିରଞ୍ଜିବୀଙ୍କ ଠାରୁ ଆର୍ଶୀବାଦ ନେଲେ ପୱନ କଲ୍ୟାଣ, ସାମ୍ନାକୁ ଆସିଲା ଭିଡିଓ

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ ୦୭।୦୬: ସାଉଥ ସୁପରଷ୍ଟାର ପୱନ କଲ୍ୟାଣ ଏବଂ ତାଙ୍କ ପରିବାର ବର୍ତ୍ତମାନ ଖୁସିରେ ଅଛନ୍ତି। ପିଥାପୁରମରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅଭିନେତା ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜିତିଛନ୍ତି। ସେବେ ଠାରୁ ତାଙ୍କୁ ଅଭିନନ୍ଦନ ଜଣାଇ ଆସୁଥିଲେ। ଦକ୍ଷିଣ ତାରକାଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଅଭିନେତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏହି ବିଜୟ ପରେ ସେ ତାଙ୍କ ଭାଇ ଚିରଞ୍ଜିବୀ ଏବଂ ଭାଉଜଙ୍କୁ ଭେଟିବାକୁ ଆସିଥିଲେ। ଯାହାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ହୃଦୟସ୍ପର୍ଶୀ କ୍ଲିପ୍‌ରେ ଦେଖାଯାଉଛି ପୱନ୍ ତାଙ୍କ ବଡ଼ ଭାଇଙ୍କ ପାଦ ଛୁଇଁବା ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ । 

ପୱନ କଲ୍ୟାଣଙ୍କ ପରିବାର ତାଙ୍କ ବିଜୟରେ ବହୁତ ଖୁସି ଅଛନ୍ତି। ନିକଟରେ ସେ ତାଙ୍କ ବଡ଼ ଭାଇ ଚିରଞ୍ଜିବୀଙ୍କୁ ତାଙ୍କ ଘରେ ଭେଟିବାକୁ ଆସିଥିଲେ। ସେଠାରେ ସେ ମେଗାଷ୍ଟାର ଚିରଞ୍ଜିବୀଙ୍କ ସମେତ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ ସହ ସମୟ ବିତାଇଥିଲେ। ସେ ଭାଇ ଚିରଞ୍ଜିବୀଙ୍କୁ ଭେଟିବା ମାତ୍ରେ ପୱନ ପ୍ରଥମେ ତାଙ୍କ ପାଦତଳେ ପଡ଼ି ଆଶୀର୍ବାଦ ନେଇଥିଲେ। ଏହା ପରେ ନାଗବାବୁ ଏହା ଦେଖିବା ପରେ ଆଖି ପୋଛି ଦେଇଥିଲେ। କେବଳ ଏତିକି ନୁହେଁ ପୱନ ଭାଉଜଙ୍କୁ ମଧ୍ୟ ପ୍ରଣାମ କରିଥିଲେ।

ସୁପରଷ୍ଟାର ଚିରଞ୍ଜିବୀ ଏହି ଭିଡିଓ ସେୟାର କରିଛନ୍ତି। ପୱନଙ୍କ ସହ ତାଙ୍କ ପତ୍ନୀ ଆନ୍ନା ମଧ୍ୟ ନଜର ଆସିଥିଲେ। ପୱନଙ୍କୁ ଫୁଲ ଦେଇ ଘରେ ସ୍ୱାଗତ କରାଯାଇଥିଲା। ଏହି ଭିଡିଓରେ ପରିବାରର ସମସ୍ତ ସଦସ୍ୟ ଅତ୍ୟନ୍ତ ଭାବପ୍ରବଣ ଦେଖାଯାଉଥିଲେ । କହିବାକୁ ଗଲେ ତେଲୁଗୁ ଅଭିନେତା-ରାଜନେତା ପୱନ କଲ୍ୟାଣ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିଛନ୍ତି। ରାଜ୍ୟ ନିର୍ବାଚନରେ ତାଙ୍କର ଐତିହାସିକ ବିଜୟରେ ଜନସେନା ପାର୍ଟି (ଜେଏସପି) ନେତାଙ୍କ ସମର୍ଥକ ଏବଂ ସମ୍ପର୍କୀୟମାନେ ଅତ୍ୟନ୍ତ ଖୁସି ଅଛନ୍ତି। ତାଙ୍କ ପାର୍ଟି ଲୋକସଭାରେ ମଧ୍ୟ ଏକ ଭଲ ପ୍ରଦର୍ଶନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.