ନିର୍ଭୟା ଦୋଷୀଙ୍କ ମୃତ୍ୟୁ ଦଣ୍ଡ ଉପରେ ରହିତା ଦେଶ ଦେଲେନି ଦିଲ୍ଲୀ କୋର୍ଟ, ତଥାପି ଆଶା ଛାଡିନି ପୱନ, ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା ଆବେଦନ

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ  ୦୨।୦୩- ଦିଲ୍ଲୀ  ଗଣଦୁଷ୍କର୍ମ ଓ ହତ୍ୟା ମାମାଲାର ୪ ଦୋଷୀଙ୍କ  ଫାଶୀ ଘୁଞ୍ଚିବା ଆଶା କମିଲା । କାରଣ ଦିଲ୍ଲୀର ଏକ ଅଦାଲତ  ୨୦୧୨  ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ମୃତ୍ୟୁଦଣ୍ଡାଦେଶର କାର୍ଯ୍ୟକାରିତା ଉପରେ ରହିତା ଦେଶ ଲଗାଇବାକୁ ମନା କରିଦେଇଛନ୍ତି । କିନ୍ତୁ ତଥାପି ଦୋଷୀ ମାନେ ମୃତ୍ୟୁ ଦଣ୍ଡର ତାରିଖକୁ ଆହୁରି ଘୁଞ୍ଚାଇବାକୁ ଉଦ୍ୟମରୁ ବିରତ ହୋଇନାହାନ୍ତି ।  ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଖାରଜ ପରେ  ଅନ୍ୟତମ ଦୋଷୀ  ପୱନ ଗୁପ୍ତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ କ୍ଷମା ଯାଚିକା ଦାଖଲ କରି କ୍ଷମା ପ୍ରାର୍ଥନା କରିଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଜାରି ଶେଷ ଡେଥ୍ ୱାରେଣ୍ଟ ଆନୁଯାୟୀ ମଙ୍ଗଳ ବାର ଭୋର ୬ ଟା ସମୟରେ ୪ ନିର୍ଭୟା ଦୋଷୀଙ୍କୁ ତିହାର ଜେଲ୍‌ରେ ଫାଶୀ ଦିଆଯିବ ।

୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଦକ୍ଷିଣ ଦିଲ୍ଲୀରେ ଘଟିଥିଲା ସେହି ନାରକୀୟ କାଣ୍ଡ । ଏକ ଚଳନ୍ତା ବସରେ ଫିଜିଓଥେରାପି ଛାତ୍ରୀ ଜଣଙ୍କୁ ଗଣ ଦୁଷ୍କର୍ମ ପରେ  ମରଣାନ୍ତକ ଆକ୍ରମଣ କରିଥିଲେ ୬ ଜଣ ଦୁର୍ବୃତ୍ତ ।  ସେହି ୬ ଜଣଙ୍କ ମଧ୍ୟରୁ  ରାମ ସିଂ ଜେଲ୍‌ ଭିତରେ ଆତ୍ମହତ୍ୟା  କରିଥିଲା । ନାବାଳକ  ଅଭିଯୁକ୍ତ  ଦୋଷୀ ଘୋଷିତ ହୋଇଥିଲେ ବି  ବାଲ୍ ସ୍ବଧାର କେନ୍ଦ୍ରରେ  ୩ ବର୍ଷ  ରହିବାପରେ ମୁକ୍ତ ହୋଇଛି । ତେବେ ୨୦୧୫ ରେ ମୁକ୍ତି ସମୟରେ ତାକୁ ୨୦ ବର୍ଷ ହୋଇଥିଲେ ବି ତାକୁ ଆକ୍ରମଣ ଆଶଙ୍କାରେ ଏକ ଅଜ୍ଞାତ ସ୍ଥାନକୁ ପଠାଇ ଦିଆଯାଇଛି । ୨୦୧୩ ରେ ସ୍ପେଶାଲ  ଫାଷ୍ଟ ଟ୍ରାକ୍‌ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ , ସେହି ବର୍ଷ ସେପ୍ଟେମ୍ବରରେ ୪ ଦୋଷୀ ମୁକେଶ, ବିନୟ, ଅକ୍ଷୟ ଓ ପୱନକୁ ମୃତ୍ୟୁ ଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପରେ ତାହା ବିଭିନ୍ନ କୋର୍ଟରେ ଚ୍ୟାଲେଞ୍ଜ ପରେ ସୁପ୍ରିମ କୋର୍ଟରେ କାଏମ ରହିଥିଲା ।    

ଏହି ଚର୍ଚ୍ଚିତ ମାମାଲାରେ କିନ୍ତୁ ଘଡିକି ଘଡି ନୂଆ ନୂଆ ମାମଲା ରୁଜ୍ଜୁ ହେଉଛି ଏବଂ ଦଣ୍ଡର କାର୍ଯ୍ୟକାରିତାକୁ ବିଲମ୍ବିତ କରିବା ଲାଗି ବିଭିନ୍ନ ଫନ୍ଦି କରିଚାଲିଚନ୍ତି ଦୋଷୀଙ୍କ ଓକିଲ ।  ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଖାରିଜ ପରେ ଦୋଷୀ ପୱନ ଗୁପ୍ତା  ତୁରନ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ କ୍ଷମା ପ୍ରାର୍ଥନା ଆବେଦନ କରିଛନ୍ତି । ସେ ଶେଷ ଦୋଷୀ ଭାବେ ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାୟର କରିତିଲେ । ଅନ୍ୟ ୩ ଦୋଷୀ ସେମାନଙ୍କ ସମସ୍ୟ ଆଇନଗତ ବିକଳ୍ପର  ଉପଯୋଗ କରିସାରିଛନ୍ତି ।ଏପଟେ ବି ଆଇନଗତ ବିକଳ୍ପ ସବୁର ବ୍ୟବହାର କରିସାରିଥିବା ଦୋଷୀ ମାନଙ୍କ ମୃତ୍ୟୁ ଦଣ୍ଡ ଆଦେଶ କାର୍ଯ୍ୟକାରୀ କରିବା ଲାଗି ଆନୁମତି ଲାଗି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ।  

 ପ୍ରଥମେ ୪ ଦୋଷୀ ମୁକେଶ, ବିନୟ, ଅକ୍ଷୟ ଓ ପୱନଙ୍କ ବିରୋଦରେ ଡେଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ କୋର୍ଟ ଅତିରିକ୍ତସେସନ୍ସ ଜଜ୍‌ । ଗତ ଜାନୁଆରୀ ୭ ତାରିଖରେ ପ୍ରଥମ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା ଓ ସେଥିରେ ଜାନୁଆରୀ ୨୨ ତାରିଖକୁ ଫାଶୀ ଧାର୍ଯ୍ୟ ହୋଇଥିଲା । କିନ୍ତୁ  ସେହି ତାରିଖ ଦୁଇଥର ସ୍ଥଗିତ ରହିଛି ।ଫେବୃଆରୀ ୧ ତାରିଖରେ ଫାଶୀ ଦଣ୍ଡ କାର୍ଯ୍ୟକାରିତା ଉପରେ କୋର୍ଟେ ରୋକ୍‌ ଲଗାଇଥିଲେ । ତେବେ ଶେଷ ଡେଥ୍‌ ୱାରେଣ୍ଟ ଅନୁଯାୟୀ ୩ ତାରିଖ ସକାଳ ୬ ଟାକୁ ୪ ଦୋଷୀଙ୍କ ଫାଶୀ ସମୟ ଧାର୍ଯ୍ୟ ହୋଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.