ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଗାଧୋଇବା ବେଳେ ଟାଣି ନେଉଥିଲା କୁମ୍ଭୀର, ଏକାକି ଲଢି ନିଜ ଜୀବନ ବଞ୍ଚାଇଲେ ନାବାଳକ

30/05/2022 at 5:32 PM

ପଟ୍ଟାମୁଣ୍ଡାଇ, ୩୦|୦୫: କାଣି ନଦୀରେ ଗାଧେଇବା ବେଳେ ଅଘଟଣ । ଟାଣିନେଲା କୁମ୍ଭୀର । ମୃତ୍ୟୁମୁଖରେ ଅଳ୍ପକେ ବର୍ତ୍ତିଗଲେ ନାବାଳକ । ଏପରି ଘଟଣା ସାମ୍ନାକୁ ଆସିଛି ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ପଞ୍ଚାୟତ ଅରାଜି ଗାଁର ଘଟଣା ।

ସୂଚନାନୁସାରେ, ଅରାଜି ଗାଁର ମନୋଜ ସାହୁଙ୍କ ସାନ ପୁଅ  ନିଜ ଘର ପାଖ କାଣିନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଏକ ବଉଳା କୂମ୍ଭୀର ତାଙ୍କୁ  ଝାମ୍ପ ମାରିଥିଲା । ତେବେ ସେ କୌଶଳକ୍ରମେ  କୂମ୍ଭୀରକୁ ଗୋଇଠା ମାରିବା ସହିତ ଲଢେଇ କରି ନିଜ ଜୀବନ ବଞ୍ଚାଇଥିଲେ ।

ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନଦୀରେ ପ୍ରାୟ ୬ ଜଣ ଗାଧୋଉ ଥିଲେ କିନ୍ତୁ ଜଣେ ନାବାଳକ ଅଳ୍ପ ଭିତରକୁ ଚାଲିଯାଇଥିଲେ ।  ଫଳରେ ଏକ କୂମ୍ଭୀର ନାବାଳକଙ୍କୁ ପାଣି ଭିତରକୁ ଟାଣି ନେବାକୁ ଚେଷ୍ଟା  କରୁଥିଲା । ଚିତ୍କାର ଶୁଣିବା ପରେ ପାଖ ପିଲାମାନେ ଉଦ୍ଧାର ପାଇଁ ପ୍ରୟାସ କରଥିଲେ। ଶେଷରେ ନାବାଳକଜଣଙ୍କ ସାହସର ସହିତ କୂମ୍ଭୀର ସହିତ ଏକାକୀ ମୁକାବିଲା କରି ନିଜ ଜୀବନ ରକ୍ଷା କରିପାରିଥିଲେ । ତେବେ ସେ ନିଜକୁ ରକ୍ଷା କରିବା ବେଳେ ଆହତ ମଧ୍ୟ ହୋଇଛନ୍ତି । ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

   Related Posts