suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଟଣାଗଡର ନବ ନିର୍ବାଚିତ ବିଧାୟକଙ୍କ ଦବଙ୍ଗଗିରି, ସରକାରୀ ଅଧିକାରୀଙ୍କୁ କଲେ ଉଠ ବସ

6/06/2019 at 10:03 AM

ବଲାଙ୍ଗିର୬|୬: ପାଟଣାଗଡର ନବନିର୍ବାଚିତ ବିଧାୟକଙ୍କ ଦବଙ୍ଗଗିରିର ଭିଡିଓ ଏବେ ଭାଇରାଲ ହେବାର ଲାଗିଛି। ଭିଡିଓରେ ପାଟଣାଗଡ ବ୍ଲକ୍‌ର ଜେଇଙ୍କୁ ବିଧାୟକ ସରୋଜ ମେହେର ଉଠବସ କରାଉଥିବା ଦେଖିବାକୁ ମିଳିଛି।

ସଂପୃକ୍ତ ଅଧିକାରୀଙ୍କୁ ୫ ମିନିଟ୍‌ରେ ୧୦୦ ଥର ଉଠବସ ହେବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିବା ଭିଡିଓରେ ରହିଛି। ତେବେ ଏହି ଅଧିକାରୀ ଦୁଇଥର ଉଠବସ ହୋଇ ରହିଯାଉଛନ୍ତି। ବିଧାୟକଙ୍କ କଙ୍ଗାରୁ କୋର୍ଟରେ ଦଳୀୟ କର୍ମୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ। ଜେଇ ଉଠବସ ନହେଲେ ତାଙ୍କୁ ମାଡ ମାରିବା ପାଇଁ ମଧ୍ୟ ବିଧାୟକ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ନିମ୍ନମାନର ରାସ୍ତାକାମ ହେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ବିଧାୟକ ସର୍ବସାଧାରଣରେ ଜେଇଙ୍କୁ ଦଣ୍ଡ ଦେଇଥିଲେ। ଜଣେ ଜନପ୍ରତିନିଧି ହୋଇ ବେଆଇନ୍‌ କାମ କରିବା କେତେ ଦୂର ଯଥାର୍ଥ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।

ବିଧାୟକଙ୍କ ଦ୍ବାରା ଦଣ୍ଡିତ ଜେଇ ଆଦିବାସୀ ସଂପ୍ରଦାୟକ ହୋଇଥିବାରୁ ଏବେ ବିଭିନ୍ନ ଆଦିବାସୀ ସଂଗଠନ ଏହାର ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ପାଟଣାଗଡର ବିଜେପି ପ୍ରାର୍ଥୀ କନକବର୍ଦ୍ଧନ ସିଂହଦେବଙ୍କୁ ପରାସ୍ତ କରି ବିଜେଡିର ସରୋଜ ମେହେର ବିଦାୟକ ଭାବେ ପ୍ରତମଥର ପାଇଁ ନିର୍ବାଚିତ ହୋଇଛନ୍ତି। ବିଧାୟକ ହେବା ପରେ ପରେ ସରୋଜ ମେହେରଙ୍କ ଏଭଳି କାର୍ଯ୍ୟକଳାପକୁ ବିବିନ୍ନ ମହଲରେ ନାପସନ୍ଦ କରାଯାଇଛି।  

   Related Posts