ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
6/06/2019 at 8:07 PM

ପାଟଣାଗଡ୬|୬; ରାସ୍ତା ରେ ପିଚୁ ଉପୁଡି ପଡିଲା ବୋଲି ବିଧାୟକ ମହାଶୟ ରାଗିଯାଇଥିଲେ। ରାଗିବା ସହ ଅଧିକାରୀଙ୍କୁ ଉଠବସ କରାଇଲେ । ଏହି ଭିଡିଓ ଭାଇରାଲ ହେବା ସହ ଯୋର ଧରିଛି ଚର୍ଚ୍ଚା। ସେପଟେ ଏହାକୁ ନେଇ ଜିଲ୍ଲାପାଳ ପାଟଣାଗଡ ଉପ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ ଦେବା ସହ ଘଟଣାର ସତ୍ୟସତ୍ୟ ବାହାର କରି ରାସ୍ତା କାମର ମଧ୍ୟ ଯାଞ୍ଚ କରି ତଦନ୍ତ ପାଇଁ ଦେଇଛନ୍ତି ନର୍ଦେଶ।ଅପରପକ୍ଷରେ ବିଧାୟକ ଉଠବସ କରିଥିବା କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ଏହି ଘଟଣାରେ ବିଧାୟକଙ୍କୁ ଗିରଫ କରିବା ପାଇଁ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

କନିଷ୍ଠଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ପାଟଣାଗଡ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି । ତାଙ୍କ ସ୍ବାମୀ ଜୟକାନ୍ତ ଶବରଙ୍କୁ ବିଧାୟକ ନିର୍ଜାତନା ଦେବା ସହ ଜାତିଆଣ ଆକ୍ଷେପ କରିଛନ୍ତି ବୋଲି ସେ ଅଭିଯୋଗ କରିବା ସହ ବିଧାୟକଙ୍କ ଗିରଫ ଦାବି କରିଛନ୍ତି ।

ଯୋଜନା ଉପରେ ଯୋଜନା ତିଆରି ହେଉଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଗାଁ ଗାଁ କୁ ରାସ୍ତା ନିର୍ମାଣ କରାଯାଉଛି। ହେଲେ କଉଟା ଗୋଟିଏ ବର୍ଷ ତ ଆଉ କିଛି ରାସ୍ତା ୨ ବର୍ଷ ତା ପରେ ସରିଲା କଥା। ପିଚୁ ପୁରା ଉପୁଡିବା ସହ ରାସ୍ତାର ଅକ୍ଷର ଦେଖାଯାଇନଥାଏ। ତେବେ ଏ ରାସ୍ତା ନିର୍ମାଣକୁ ନେଇ ଏବେ ବଲାଙ୍ଗୀରରେ ଚର୍ଚ୍ଚା ଯୋର ଧରିଛି। ହଲୁକା କାମ କରିବା ସହ ରାସ୍ତାରୁ ଉପୁଡି ପଡୁଛି ପିଚୁ ହାତରେ ବାହାରି ଯାଉଛି। ଏଭଳି ଅଭିଯୋଗର ଯାଞ୍ଚ କରିଥିଲେ ନିଜେ ବିଧାୟକ। ବେଲପଡା ଓ ଖପ୍ରାଖୋଲ ରାସ୍ତାରେ ଦୁର୍ନିତି ହୋଇଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା ବିଧାୟକଙ୍କୁ।

ପାଟଣାଗଡ ବିଧାୟକ ସରୋ ମେହେର ଏନେଇ ବିଭନ୍ନ ଗ୍ରାମ ବୁଲିବା ସହ ପି ଡବ୍ଲୁଡି ବିଭାଗ ଜେଇଙ୍କୁ ଲୋକଙ୍କ ସମ୍ମୁଖରେ ପ୍ରଶ୍ନ କରିଥିଲେ। ବିଭାଗୀୟ ଅଧିକାରୀଙ୍କୁ କାମ ଠିକ କରିବା ପାଇଁ କେବଳ ତାଗିଦ କରିନଥିଲେ ବିଧାୟକ। ବରଂ ସିଧାସଳଖ ଶୁଣାଇଦେଇଥିଲେ ଫଇସଲା। ଲୋକଙ୍କ ସମ୍ମୁଖରେ ୧୦୦ ଥର ଉଠବସ ହେବାକୁ କହିଥିଲେ। ନଚେତ ଲୋକ ଅଧିକାରୀଙ୍କୁ ପିଟିବେ ବୋଲି ମଧ୍ୟ କହିଥିଲେ। ଯାହାକୁ ନେଇ ବିଧାୟକଙ୍କ ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ଯୋର ଧରିଛି।

ବଲାଙ୍ଗୀର ଜିଲ୍ଳାରେ ସବୁ ବେଳେ ପିସି କାରବାରକୁ ନେଇ ଉଠିଥାଏ ଅସଂନ୍ତୋଷ ଓ ଏଭଳି ଏକ ପିସି କାରବାରର ନମୂନା ଭିଡିଓ ଭାଇରାଲ ହେବାପରେ ଓ ବିଧାୟକ ଅଧିକାରୀଙ୍କୁ ଉଠବସ କରାଇବା ପରେ ଆସିଛି ସମ୍ନାକୁ। ତେବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏନେଇ ସବୁଠାରେ ଦେଖାଦେଇଛି ଅସନ୍ତୋଷ ବିଧାୟକଙ୍କୁ ନେଇ। ଉକ୍ତ ଅଧିକାରୀ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ସମ୍ପ୍ରଦାୟ ଏବେ ଏହାକୁ ନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ବିଭିନ୍ନ ମହଲରୁ ଏ ଘଟଣାକୁ ନିନ୍ଦା କରାଯାଇଛି।

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏହାକୁ ନେଇ ମତ ରଖିବା ସହ କୌଣସି ଅଧିକାରୀ ହୁଅନ୍ତୁ କି ନେତା କେହି ଆଇନକୁ ହାତକୁ ନେବା ଉଚିତ ନୁହେଁ । ଆଇନ ଊର୍ଦ୍ଧ୍ବରେ କେହି ନାହାନ୍ତି ବୋଲି ଦେଇଛନ୍ତି ମତ। ସେପଟେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଜଣେ ନେତା ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରହିବା ଜରୁରୀ । ଭାଇରାଲ ଭିଡିଓକୁ ଯାଞ୍ଚ କରାଯିବା ସହ ସତ୍ୟାସତ୍ୟ ବାହାର କରିବା ପାଇଁ ଦେଇଛନ୍ତି ମତ। ଏନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ପାଖକୁ ଏ ଖବର ଆସିବା ପରେ ପାଟଣାଗଡ ଉପ ଜିଲ୍ଲାପାଳଙ୍କୁ ତୁରନ୍ତ ଏ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି ଜିଲ୍ଲାପାଳ। ପାଟଣାଗଡ ଅଞ୍ଚଳରେ ପିଡବ୍ଲୁଡି ବିଭାଗ ଦ୍ବାରା ହୋଇଥିବା କାମ ଅତି ନିମ୍ନ ମାନର ହୋଇଥିବା ସହ କୋଟି କୋଟି ଟଙ୍କା ଦୁର୍ନିତି ହୋଇଥିବା ଅଭିଯୋଗ ହୋଇଆସୁଛି। ତେବେ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ।