LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା ; ଆଜି ଟ୍ରେନ ଯୋଗେ ରାୟପୁର ଯାଇଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା

5/05/2018 at 9:23 AM

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପ୍ରମାଣ ଏକାଠି କରୁଛି କ୍ରାଇମବ୍ରାଞ୍ଚ । ପାଟଣାଗଡର ବିଭିନ୍ନ ସ୍ଥାନରେ ପଚରା ଉଚରା ପରେ ଆଜି ଟ୍ରେନ ଯୋଗେ ରାୟପୁର ଯାଇଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ସେପଟେ ପୁଞ୍ଜିଲାଲକୁ ଏକ ସ୍ବତନ୍ତ୍ର ଗାଡିରେ ସଡକ ପଥରେ ରାୟପୁର ନେଉଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ପୁଞ୍ଚିଲାଲକୁ ନେବା ସମୟରେ ପାଟଣାଗଡଠାରୁ ରାୟପୁର ଯାଏ ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରାଯିବ । ରାୟପୁରରେ ପହଞ୍ଚିବା ପରେ ଆଇଜି ଅରୁଣ ବୋଥ୍ରା ସମସ୍ତ ଘଟଣାର ଛାନଭିନ କରିବେ । ରାୟପୁରରେ ପହଞ୍ଚିବ ପରେ ପୁଞ୍ଜିଲାଲକେଉଁ ରିକ୍ସା ଓ ଅଟୋ ଚାଳକଙ୍କ ସାହାଯ୍ୟରେ ସ୍କାଏ କିଙ୍ଗ କୋରିୟରରେ ବୁକିଂ କରିଥିଲେ । ତାସହ ପୁଞ୍ଜିଲାଲକୁ ପ୍ରତ୍ୟେକଟି ସ୍ଥାନକୁ ନିଆଯାଇ ପଚରା ଉଚରା କରିବ କ୍ରାଇମବ୍ରାଞ୍ଚ । ଗତକାଲି ପୁଞ୍ଜିଲାଲଙ୍କ ମେହେର ପଡାସ୍ଥିତ ଘରେ ତାଙ୍କ ମା ଓ ସ୍ତ୍ରୀଙ୍କୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଥିଲା ।

Leave a Reply

   Related Posts