ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସୋମ୍ୟଙ୍କ ମାଆଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | April 22, 2018 IST

ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ନୂଆ ଟ୍ବିଷ୍ଟ । କ୍ରାଇମ୍ବ୍ରାଞ୍ଚକୁ ମିଳିଛି ଠୋସ୍ ସୁରଗା । ସେଥିପାଇଁ ଜଣେ ଅଧ୍ୟାପକଙ୍କ ସମେତ ୪ ଜଣଙ୍କୁ ଉଠାଇଛି କ୍ରାଇମମ୍ବ୍ରାଞ୍ଚ । ସେମାନଙ୍କୁ ମାରଥନ୍ ଜେରା ଚାଲିଛି । ଭୋର ସମୟରେ ଭଇଁସାର ଜ୍ୟୋତିବିକାଶ କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଉଠାଇଥିଲା କ୍ରାଇମବ୍ରାଞ୍ଚ । ପୁଞ୍ଜିଲାଲଙ୍କ ଘରୁ ଗୋଟିଏ ଲ୍ୟାପଟପ୍, ମୋବାଇଲ ଫୋନ ଆଉ ଗୋଟିଲ ଫୋନ ଡାଏରି, କିଛି କାଗଜପତ୍ର ବି ଜବତ କରିଛି କ୍ରାଇମବ୍ରାଞ୍ଚ। ସେହିଭଳି ପାଟଣାଗଡର ଜଣେ ଠିକାଦର ଓ ଅନ୍ୟ ଦୁଇଜଣଙ୍କ ମଧ୍ୟ ଜେରା ଚାଲିଛି । ଯେଉଁମାନଙ୍କ ପରିଚୟ ଜଣାପଡିନାହିଁ ।ପ୍ରଥମେ ପାଟଣାଗଡ ପିଡବ୍ଲୁଡି ବଙ୍ଗଳା ପରେ ବଲାଙ୍ଗୀର ସାର୍କିଟ ହାଉସ ଠାରେ ବଲାଙ୍ଗୀର ଏସପିଙ୍କ ଉପସ୍ଥିତିରେ ଚାଲିଛି ମାରାଥନ୍ ଜେରା । ସୌମ୍ୟଙ୍କ ମା ଭଇଁସା କଲେଜର ପ୍ରିନ୍ସିପାଲ ଥିବା ବେଳେ ପ୍ରିନିସ୍ପାଲ ପଦବୀକୁ ନେଇ ପୁଞ୍ଜିଲାଲଙ୍କ ସହ ମତାନ୍ତର ଥିଲା । ସୌମ୍ୟଙ୍କ ମାକୁ ପୁଞ୍ଜିଲାଲ ଦୁର୍ବବ୍ୟବାର ପ୍ରଦର୍ଶନ କରିବା ସହ ହଇରାଣ ହରକତ ବି କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.