ବାର୍ହାକୁ ବାରୁଦ ଦେଇ ମାରିଦେଲେ ! ଜଙ୍ଗଲରୁ ମରଶରୀର ଠାବ
14/01/2023 at 11:53 AM

ପାଟଣାଗଡ଼ ୧୪।୦୧ : ଜଙ୍ଗଲରୁ ମିଳିଲା ବାର୍ହାର ମୃତଦେହ ଠାବ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁଂସୁର ଗାଁ ନିକଟ ଦମେଂବାହାଳି ଡୁଙ୍ଗୁରୀ ନିକଟରୁ ଠାବ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଏହି ଜଙ୍ଗଲୀ ବାର୍ହାକୁ ଦୁର୍ବୃତ୍ତମାନେ ବାରୁଦ ଗୁଳା ଦେଇ ମାରିଥିବା ଅନୁମାନ କରାଯାଉଛି । ବାରୁଦ ଦେଇ ମାରିବା ପରେ ବାର୍ହାକୁ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସେପଟେ ଖବର ପାଇ ବନବିଭାଗ ଓ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳକୁ ତଦନ୍ତ କରୁଛନ୍ତି । ଉଭୟ ବାର୍ହାର ପୋଷ୍ଟମର୍ଟମ ପରେ ପୋଡି ଦେଇଛନ୍ତି ।