ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇଲେ ଭୁବନେଶ୍ବର ଅଦାଲତ
5/07/2019 at 6:14 PM

ଭୁବନେଶ୍ବର ୫|୭: ପାଟଣାଗଡ଼ ବିଧାୟକ ସରୋଜ ମେହରଙ୍କ ଜାମିନ୍ ଆବେଦନର ଶୁଣାଣିକୁ ଆସନ୍ତା କାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ଭୁବନେଶ୍ବର ଏଡିଜେ କୋର୍ଟ । ପୂର୍ବ ନିର୍ଦେଶ ମୁତାବକ କୋର୍ଟ ଆଜି ଝାରପଡ଼ା ଜେଲ୍ରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଧାୟକଙ୍କ ଜାମିନ୍ ଆବେଦନର ଶୁଣାଣି କରିଥିଲେ ।

ଏହି ସମୟରେ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୂର୍ତ୍ତ ବିଭାଗ ଜେଇ ଓ ତାଙ୍କ ପତ୍ନୀ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । ଉଭୟ ପକ୍ଷର ଆବେଦନ ଶୁଣିବା ପରେ କୋର୍ଟ ଆସନ୍ତା କାଲି ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ଜେଇଙ୍କୁ ଉଠବସ୍ ଘଟଣାରେ ଗିରଫ ହୋଇ ପ୍ରଥମେ ପାଟଣାଗଡ଼ ଜେଲ୍ ଓ ପରେ ଝାରପଡ଼ା ଜେଲ୍ରେ ଅଛନ୍ତି ବିଧାୟକ ସରୋଜ ମେହେର୍ । ତେବେ ଆସନ୍ତା କାଲି ଜଣାପଡ଼ିବ ବିଧାୟକଙ୍କୁ ବେଲ୍ ମିଳିବ ନା’ ପୁଣି ଯିବାକୁ ପଡ଼ିବ ଜେଲ୍ ।