suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଟଣାଗଡ଼ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ ବସ୍ ଘଟଣାର ୫ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍ : ବିଧାୟକଙ୍କ ଆଦେଶରେ କନିଷ୍ଠ ଯନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀ ଫେରାର

9/06/2019 at 7:20 PM

ବଲାଙ୍ଗୀର ୯/୬ : ପାଟଣାଗଡ଼ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ ବସ୍ ଘଟଣାକୁ ବିତିବାଲାଣି ୫ ଦିନ, ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି । ଘଟଣାସ୍ଥଳରେ ବିଧାୟକଙ୍କ ଆଦେଶରେ କନିଷ୍ଠ ଯନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କ ପତ୍ତା ନାହିଁ। ତାଙ୍କ ବିରୋଧରେ ନାଁ ହୋଇଛି ମାମଲା ନା କରାଯାଉଛି ତଦନ୍ତ। ତାକୁ ନେଇ ତେଜିଲାଣି ଆନ୍ଦୋଳନ।

ଆଜି ଡିପ୍ଲୋମା ଇଞ୍ଜିନିୟର ସେବା ସଙ୍ଘ ରାଜ୍ୟସ୍ତରୀୟ ପ୍ରତିବାଦ ସଭା କରିବା ସହ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛି । ସେପଟେ ଛାତ୍ର ସମାଜ ଓ ଆଦିବାସୀ କଲ୍ୟାଣ ସଂଘ ଏହି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ନିର୍ବାହୀ ଯନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।…

କୁଆଡ଼େ ଗଲେ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ର ? ତାଙ୍କ ନାଁରେ ଆଜି ଯାଏଁ କାହିଁକି ହୋଇନି ମାମଲା ? କାହିଁକି ଚୁପ୍ ବସିଛି ପ୍ରଶାସନ ଓ ପୋଲିସ ? ପାଟଣାଗଡ଼ ବିଧାୟକଙ୍କ ନିର୍ଦ୍ଦେଶରେ ଅନ ଦି ସ୍ପଟରେ କନିଷ୍ଠ ଯନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଏବେ ଏଭଳି ପ୍ରଶ୍ନ ଜୋର୍ ଧରିଛି । ବିଧାୟକଙ୍କ ନାଁରେ ୮ ଟି ଦଫା ଲାଗିଥିବା ବେଳେ ନିର୍ବାହୀ ଯନ୍ତ୍ରୀ ଏବେ କୁଆଡ଼େ ଗଲେ ତାଙ୍କର ପତ୍ତା ମିଳୁନି।

ଏନେଇ ଆଜି ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ କାର୍ଯ୍ୟାଳୟରେ ବସିଥିବା ରାଜ୍ୟ ସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ଆଜି ବଲାଙ୍ଗୀର ଜିଲ୍ଲାରେ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ବେଳେ ଆସନ୍ତାକାଲି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦାବି ପତ୍ର ଦେବ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବିଧାୟକ ଓ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋନଳ କରିବାକୁ ସଂଘ  ଧମକ ଦେଇଛି।

ବଲାଙ୍ଗୀର ଛାତ୍ର ସମାଜ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ବିଧାୟକ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସେହିପରି ବିଧାୟକ ସରୋଜ ମେହେରଙ୍କ ଗିରଫ ଦାବିରେ ଆଜି ଟିଟିଲାଗଡ଼ ଥାନା ଘେରାଉ କରିଛି ଜିଲ୍ଳା ଆଦିବାସୀ କଲ୍ୟାଣ ସଂଘ। 

ସେପଟେ କନିଷ୍ଠ ଯନ୍ତ୍ରୀଙ୍କ ପରିବାର ଲୋକେ ଭୟଭିତ ହୋଇ ପାଟଣାଗଡ଼ ଛାଡ଼ି ଚାଲିଯାଇଛନ୍ତି । ଦୁଇ ଝିଅଙ୍କୁ ଧରି ପତ୍ନୀ ତାଙ୍କ ପୈତୃକ ଘର ନୂଆପଡ଼ା ଜିଲ୍ଲା ଖଡିଆଳ ବରଗାଁରେ ଆଶ୍ରୟ ନେଇଛନ୍ତି ।ଘଟଣା ପରଠାରୁ କ୍ୟାମେରା ସାମ୍ନାକୁ ଆସୁନାହାଁନ୍ତି କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର।

   Related Posts