ଉପଜିଲ୍ଲାପାଳଙ୍କ ଆକ୍ସନ, ଅପରାଧୀଙ୍କୁ ସାବାଡ଼ କରିବାକୁ ବୁଲୁଛି ବୁଲ୍ଡୋଜର
15/03/2023 at 2:48 PM

ପାଟଣାଗଡ଼ ୧୫।୦୩ : ପାଟଣାଗଡ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅପରେସନ୍ କ୍ଲିନ୍ । ଅପରାଧୀଙ୍କୁ ସାବାଡ କରିବାକୁ ବୁଲୁଛି ବୁଲଡୋଜର । ପାଟଣାଗଡ ବଡ ହରିଜନ ପଡାର ଜଗା ସେନାପତିର ବେଆଇନ ଆଡ୍ଡାରେ ବୁଲଡୋଜର ଚଳାଇଛି ପ୍ରଶାସନ ।

ଖବର ଅନୁଯାୟୀ, ଜଗା ବିରୋଧରେ ୮ଟି ସଙ୍ଗୀନ ଅପରାଧ ରେକର୍ଡ ରହିଛି । ସରକାରୀ ଜାଗା ଜବରଦଖଲ ଘର କରିବା ସହ ସେଠାରେ ଅପରାଧର ବ୍ଲୁ ପ୍ରିଣ୍ଟ ରଚା ଯାଉଥିଲା । ଏନେଇ ସୁରାଗ ମିଳିବା ପରେ ଆକ୍ସନ୍ ମୋଡକୁ ଆସିଛି ପୋଲିସ ।

ଜଗା ସରକାରୀ ଜମିରେ ବେଆଇନ ଭାବେ ଇଟାଭାଟି ମଧ୍ୟ ନିର୍ମାଣ କରିଥିଲା । ଏନେଇ ତସିଲଦାର ନୋଟିସ କରିଥିଲେ । ଆଜି ଗୋଟିଏ ଇଟା ଭାଟିକୁ ଆଜି ଭଙ୍ଗା ଯାଇଛି । ଲରମ୍ଭାରେ ମଧ୍ୟ ରାସ୍ତା କଡରେ ବେଆଇନ ଜବର ଦଖଲ କରିଥିବା ୫ଟି ଘର ଭଙ୍ଗା ଯାଇଥିଲା ।
Related Posts
ପୋଲିସ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ
21 March 2023
ଟ୍ରେନ୍ ରହଣୀ ଦାବି, ମାର୍ଚ୍ଚ ୨୩ରେ ବେଲପାହାଡରେ ରେଳରୋକ
21 March 2023
ଗାଧୋଉଥିବାବେଳେ ବୁଡିଗଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ ଗାର୍ଡ
21 March 2023