ପାଟଣା ରେଞ୍ଜ ଅଞ୍ଚଳରେ ଅଗ୍ନିକାଣ୍ଡ, ନିଆଁ ଲାଗି ଜଳି ଯାଉଛି ଶହ ଶହ ଗଛ
8/03/2023 at 11:38 AM

ପାଟଣା ୮।୩: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗୀରି ସେକ୍ସନର ବାଉଁଶୁଳି ଓ ରେଙ୍ଗାଳବେଡା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ । ବୁଧବାର ସକାଳୁ ସକାଳୁ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଶହ ଶହ ଆକାଶିଆ ଓ ପଟାସ ଗଛ ଜଳିପୋଡି ନଷ୍ଟ ହେଇଯାଇଛି ।
ଘଟଣାସ୍ଥଳରେ ବନ ବିଭାଗର ଫାୟାର ସ୍କ୍ଵାର୍ଡ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ନିଆଁର ପ୍ରକୋପ ତୀବ୍ର ଥିବାରୁ ସାରା ଜଙ୍ଗଲକୁ ନିଆଁ ମାଡି ଯାଉଛି l ଜଙ୍ଗଲ ନିଆଁ ଏବେ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି l ଏଥି ଶହ ଭୁଲୁଦା ଗାଁରେ ଥିବା ଏକ ଶୁଖିଲା ଗଛକୁ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ ।
Related Posts
ରାମ ନବମୀ, ଭଦ୍ରକରେ ହେବ ବିଶାଳ ଶୋଭାଯାତ୍ରା
30 March 2023
ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ରାମଜନ୍ମ ନୀତି
30 March 2023