ପାଟଣା ରେଞ୍ଜରେ ହାତୀ ଆତଙ୍କ : ଭାଙ୍ଗିଲେ ଘର, ଖାଇଲେ ଫସଲ

Published By : Prameya-News7 Bureau | December 19, 2021 IST

ପାଟଣା, ୧୯/୧୨: କେନ୍ଦୁଝର ପାଟଣା ରେଞ୍ଜରେ ହାତୀ ଆତଙ୍କ ।  ଖିରେଇଟାଙ୍ଗୀରି ସେକ୍ସନରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି  । ହାତୀପଲ ଧାନ ଓ ପନି ପରିବା ଚାଷ ନଷ୍ଟ କରିଛନ୍ତି ।

ଆହୁରି ମଧ୍ୟ ହାତୀପଲ ଅମଳ ପାଇଁ ରଖାଯାଇଥିବା ଧାନ ବିଡାକୁ ଖାଇ ଯାଇଛନ୍ତି । ଏପରିକି ହାତୀପଲ  କେନ୍ଦେଇପଶି ଓ ଗମ୍ଭାରୀଆ ଗାଁରେ  ୨ଟି  ଘର ଭାଙ୍ଗିଛନ୍ତି । ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।  ଏବେ ଗଜରାଜ ଭାଲୁଘର ଜଙ୍ଗଲରେ ଡେରା ପକାଇଥିବା ବେଳେ ସେମାନଙ୍କୁ ଘଉଡାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.