ସୁଶାନ୍ତ ସିଂହ ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନେଇ ପାଟନା ଫେରିବ ବିହାର ପୋଲିସ ! ସିବିଆଇକୁ କରିପାରେ ସାହାଯ୍ୟ

Published By : Prameya-News7 Bureau | August 06, 2020 IST

ମୁମ୍ବାଇ ୦୬/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଯାଇଥିବା ପାଟନା ପୋଲିସ ଟିମ ଦିନେ ଦୁଇ ଦିନ ଭିତରେ ପାଟନା ଫେରିପାରନ୍ତି | ସିବିଆଇ ଯାଞ୍ଚ ପାଇଁ ନୋଟିଫିକେସନ ଜାରି ହେବାପରେ ପାଟନା ପୋଲିସ ବୁଧବାର ଦିନ ମୁମ୍ବାଇରେ କାହାକୁ ପଚରାଉଚୁରା କରିବାକୁ ବାହାରିନଥିଲା | ଏବେ ସୁଦ୍ଧା ଯୋଗାଡ କରିଥିବା ପ୍ରମାଣର ଫାଇଲ ପ୍ରସ୍ତୁତ କରୁଛି ପାଟନା ପୋଲିସ | ଆବଶ୍ୟକ ପଡିଲେ ଯାଞ୍ଚ ସଂସ୍ଥାକୁ ଏହିସବୁ ଫାଇଲ ହସ୍ତାନ୍ତର କରାଯିବ |

ସେଣ୍ଟ୍ରାଲ ରେଞ୍ଜ ଆଇଜି ସଞ୍ଜୟ ସିଂହ କହିଛନ୍ତି ଯେ ମୁମ୍ବାଇ ଯାଇଥିବା ପାଟନା ପୋଲିସ ଟିମ ଖୁବ ଶୀଘ୍ର ପାଟନା ଫେରି ଆସିପାରନ୍ତି | ଏହି ମାମଲାରେ କାଗଜପତ୍ରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି | ୧୨ ଜଣଙ୍କୁ ପଚରାଉଚୁରା କରାଯାଇଛି | ଅନେକ ମହତ୍ଵପୁର୍ଣ ପ୍ରମାଣ ମଧ୍ୟ ହାତକୁ ଲାଗିଛି | ଜୁଲାଇ ୨୭ ତାରିଖରେ ମୁମ୍ବାଇରେ ପହଞ୍ଚିଥିବା ପାଟନା ପୋଲିସ ସୁଶାନ୍ତ ସିଂହଙ୍କ ଭଉଣୀ, ଅଙ୍କିତା ଲୋଖଣ୍ଡେ, ଫିଲ୍ମ ନିର୍ମାତା ଛାବଡା, ରୁମୀ ଜାଫରି, ଘରୋଇ ସହାୟକ, ଡିପିଏସ ସାୱନ୍ତ, ସିଦ୍ଧାର୍ଥ ପୀଠାଣିଙ୍କ ସମେତ ୧୨ ଜଣଙ୍କ ବୟାନ ରେକର୍ଡ କରିଛି | ପୋଲିସ ସୁଶାନ୍ତ ସିଂହଙ୍କ ସିଡ଼ିଆର ରିପୋର୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟ ସମେତ ଅନ୍ୟ ପ୍ରମାଣ ମଧ୍ୟ ଯୋଗାଡ କରିଛି |

ପାଟନା ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ପାଟନା ପୋଲିସ ମଲାଡ଼ରେ ସୁଶାନ୍ତ ସିଂହଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ମାମଲାରେ ସମ୍ବନ୍ଧିତ ଥାନାରୁ ଯାଞ୍ଚ ସମ୍ବନ୍ଧୀୟ ଫାଇଲ ମାଗିବାରୁ ତାଙ୍କୁ କୁହାଯାଇଥିଲା ଯେ ସବୁ ତାଙ୍କ କମ୍ପ୍ୟୁଟରରୁ ଡିଲିଟ ହୋଇଯାଇଛି | ପୋଲିସ ସୂତ୍ର ଅନୁଯାୟୀ, ଦିଶା ମୃତ୍ୟୁ ମାମଲାକୁ ନେଇ ମୁମ୍ବାଇ ପୋଲିସ ଅଧିକ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲା | ଦିଶା ମାମଲାର ଯାଞ୍ଚ ଆରମ୍ଭ କରିବା ପରେ ମୁମ୍ବାଇ ପୋଲିସ ଚିନ୍ତିତ ହୋଇପଡ଼ିଥିଲା | ବୁଧବାର ଦିନ ମୁମ୍ବାଇ ପୋଲିସ ଦିଶା ମାମଲାରେ ସାଧାରଣ ଲୋକଙ୍କୁ ପ୍ରମାଣ ଦେବାକୁ ଅପିଲ ଜାରି କରିଛି | ପୋଲିସ କହିବାନୁଯାୟୀ, ଦିଶା ମାମଲାରେ ପ୍ରମାଣ ଗାୟବ ହେବା ପରେ କିମ୍ବା ନଷ୍ଟ ହେବାପରେ ମୁମ୍ବାଇ ପୋଲିସ ନିଜେ ବିଛେଇଥିବା ଜାଲରେ ଫସିବାରେ ଲାଗିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.