ଚଳନ୍ତା ବାଇକ୍‌ରୁ ସୁନା ବ୍ୟାଗ୍ ଝାମ୍ପିନେବା ଘଟଣା : ୭ ଆନ୍ତଃରାଜ୍ୟ ଲୁଟେରା ଗିରଫ

Published By : Prameya-News7 Bureau | February 13, 2024 IST

ପାଟଣା ୨: ଲୁଟ୍ ଘଟଣାରେ ପାଟଣା ପୋଲିସ ୭ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୨୦ ତାରିଖରେ ପାଟଣା ବଜାରରୁ ଧାନବେଣି ଗ୍ରାମର ହେମାନନ୍ଦ ମହାନ୍ତ ସୁନା ଗହଣା କିଣି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଚଳନ୍ତା ବାଇକରୁ ସୁନା ବ୍ୟାଗକୁ ଝାମ୍ପି ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ l ଏନେଇ ପାଟଣା ଥାନାରେ ଧାନବେଣୀ ଗ୍ରାମର ହେମାନନ୍ଦ ମହାନ୍ତ  ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖି  ଗଞ୍ଜାମ ସମେତ ଆନ୍ଦ୍ରପ୍ରେଦେଶ  ଅଞ୍ଚଳରେ ଚଢ଼ାଉ କରି  ୭  ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ।

{"id":908480,"sizeSlug":"full","linkDestination":"none"}

ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି  ତଦନ୍ତ ପରେ ଏମାନେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲୁଟ୍, ଛିନତାଇ କରିଥିବା ପୋଲିସ ଜାଣିବାକୁ ପାଇଛି । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଡୁକୁଣିସାହାପୁର ଗ୍ରାମର ଏ. ସିନୁ, ସୋରଡା ଥାନା କ୍ରିଷ୍ଣା ଦାସ, ଆଡେଲ ଏସୁ, ଭଞ୍ଜନଗର ଥାନା ଜାମପେଲି ଗ୍ରାମର ବିଜୟ ଦାଶ, ଆସ୍କା ଥାନା ଢୁଙ୍କୁଣୀ ଗ୍ରାମର ଏ. ଅବାବ, ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣା ଥାନା ନରସିଙ୍ଗପାଟଣାର ଏ. ମାଲିଙ୍ଗା, ଯାଜପୁର ଜିଲ୍ଲା ମୁଣ୍ଡମାଳ  ଏ. ଶେଖର । ଏମାନଙ୍କ ଠାରୁ  ନଗଦ ୫୪ ହଜାର ଟଙ୍କା, ଦୁଇ ଭୋରି ସୁନା ଗହଣା ସହ ଦୁଇ ବାଇକ୍ ଓ ୫ ମୋବାଇଲ  ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଘଟଗାଁ ଏସଡିପିଓ ସୁଦର୍ଶନ ଗାଙ୍ଗଇ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/pccf-reaction-over-elephant-death-at-chandaka-forest/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pccf-reaction-over-elephant-death-at-chandaka-forest/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.