Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପାଟଣାରେ ଘନ କୁହୁଡିର ଧଳା ଚାଦର, ଲୋକେ ଭୋଗୁଛନ୍ତି ଅନେକ ସମସ୍ୟା

24/11/2022 at 9:59 AM

ପାଟଣା ୨୪।୧୧: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଘନ କୁହୁଡ଼ିର ଧଳା ଚାଦର ଦେଖିବାକୁ ମିଳିଛି । ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଲାଗି ଲୋକଙ୍କ ଯିବାଆସିବାରେ ବହୁ ଅସୁବିଧା ହେଉଛି । ଏପିରିକି ସାଧାରଣ ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡିଛି ।

ସେହିପରି ପ୍ରାତଃ ଭ୍ରମଣ ପାଇଁ ଲୋକେ ସମସ୍ୟାରେ ପଡିଛନ୍ତି । ସବୁ ସମୟରେ ଚଳଚଞ୍ଚଳ ଥିବା ପାଟଣା ଅଞ୍ଚଳ ଏବେ ପୁରା ଶୁନ୍‌ଶାନ୍‌ ହୋଇଛି । କୁହୁଡ଼ା ଲାଗି ଦୃଶ୍ୟମାନ କମ୍‌ ଥିବା ଲାଗି ଗାଡି ମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଛି । କେନ୍ଦୁଝର ପାଟଣା  ଦେଇ ଯାଇଥିବା  ୪୯ ନମ୍ବର ଜାତୀୟ ରାଜପଥ  ବମ୍ବେ- କଲିକତା, ଏବଂ ୨୨୦ ନମ୍ବର ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥରେ ଗାଡି ଚଳାଚଳରେ ସମସ୍ୟା ଦେଖାଦେଇଛି । ଏପିରିକି ଲାଇଟ୍ ଲଗାଇ ଗାଡି ମୋଟର ଯିବା ଆସିବା କରୁଥିବା  ଦେଖିବାକୁ ମିଳିଛି l

   Related Posts