ମୋଦୀ ସାଙ୍ଗିଆ ବିବାଦ: ଆଉ ଏକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସମନ କଲେ ବିହାର କୋର୍ଟ

Published By : Prameya-News7 Bureau | April 12, 2023 IST

ପାଟନା: ମୋଦୀ ସାଙ୍ଗିଆ ବିଷୟରେ ବିବାଦୀୟ ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀଙ୍କୁ ବିହାର କୋର୍ଟଙ୍କ ସମନ। କୋର୍ଟରେ ଦାଖଲ ହୋଇଥିବା ମାନହାନୀ ମକଦ୍ଦମାର ଶୁଣାଣି ପାଇଁ ରାହୁଲଙ୍କୁ ସମନ କରିଛନ୍ତି କୋର୍ଟ। ଏପ୍ରିଲ ୨୫ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିହାର ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ ମାନହାନୀ ମକଦ୍ଦମା କରିଥିଲେ।। ଏହାର ଶୁଣାଣି ପାଇଁ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଆଦି ଦେବ ମାର୍ଚ୍ଚ ୧୮ ତାରିଖରେ ଅର୍ଡର ପାସ୍ କରିଥିଲେ। ଏଥିରେ ଆଜି (ଏପ୍ରିଲ ୧୨) ରାହୁଲଙ୍କୁ ହାଜର ହେବାକୁ ସମନ କରାଯାଇଥିଲା। ତେବେ ବୁଧବାର ଦିନ ମାମଲାର ଶୁଣାଣି ବେଳେ ରାହୁଲଙ୍କ ଗାନ୍ଧୀଙ୍କ ପକ୍ଷରୁ ଆଉ ଏକ ତାରିଖ ମଗାଯାଇଥିଲା। ସୁରଟ ମାମଲାରେ ଟିମ୍ ବ୍ୟସ୍ତ ଥିବାରୁ କୋର୍ଟ ଆଉ ଏକ ତାରିଖ ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ଏହାପରେ ବିଚାରପତି ଏପ୍ରିଲ ୧୫ ତାରିଖରେ ହାଜର ହେବାକୁ ରାହୁଲଙ୍କୁ ସମନ କରିଛନ୍ତି।

ଅଭିଯୋଗକାରୀଙ୍କ ପକ୍ଷର ଓକିଲ ପ୍ରିୟା ଗୁପ୍ତା ମାମଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅଭିଯୋଗ କର୍ତ୍ତାଙ୍କର ବୟାନ ରେକର୍ଡ କରାଯାଇଛି। କେବଳ ରାହୁଲ ଗାନ୍ଧୀଙ୍କର ବୟାନ ରେକର୍ଡ କରିବାର ଅଛି। ସୂଚନା ଥାଉକି ମୋଦୀ ସାଙ୍ଗିଆକୁ ନେଇ ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ୨ ବର୍ଷ ଜେଲ୍ ଦଣ୍ଡ ଓ ୧୫ ହଜାର ଫାଇନ କରିଛନ୍ତି। ରାହୁଲ ଦୋଷୀ ସାବ୍ୟସ୍ତ ହେବା ପରେ ସଂସଦର ସଦସ୍ୟପଦ ହରାଇଛନ୍ତି। ସଂସଦ ତାଙ୍କୁ ଅଯୋଗ୍ୟ ଘୋଷଣା କରିସାରିଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.