ପାଟଣା ୧୭।୦୪ : ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ବିଜେପି ବିଧାୟକ ପ୍ରାର୍ଥୀ । ବିଜେପି ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା ହୋଇଛି । ଏହାପରେ ଅଖିଳ ଖିରେଇଟାଙ୍ଗିରୀ ସ୍ଥିତ ମା ଟାଙ୍ଗରାଣୀ ପାଟ ଶାଳରେ ପୂଜାର୍ଚ୍ଚନା କରିଛନ୍ତି ।
ଆସନ୍ତା ନିର୍ବାଚନ ବୈତରଣୀ ପାର ହେବା ପାଇଁ ଆଶିଷ ଭିକ୍ଷା କରିଛନ୍ତି । ବିଜେପି ପକ୍ଷରୁ ଅଖିଳଙ୍କ ନାମ ଘୋଷଣା ପରେ ତାଙ୍କ ସମର୍ଥକମାନଙ୍କ ସହ ଏକ ବାଇକ ରାଲିରେ ସାମିଲ ହୋଇ ପ୍ରଚାର କରିଛନ୍ତି। ଆଗାମୀ ଦିନରେ ପାଟଣା ନିର୍ବାଚନ ମଣ୍ଡଳୀରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନର ସମସ୍ୟାକୁ ଦୂର କରିବା ସହ ଲୋକଙ୍କ ପାଇଁ କାମ କରିବେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ବାର୍ତ୍ତା ନେଇ ଗାଁ ଗାଁକୁ ଯାଇ ଲୋକଙ୍କୁ ଭୋଟ ଭିକ୍ଷା କରି ନିର୍ବାଚନ ବୈତରଣୀ ପାର ହେବ ବୋଲି ଆଶା ରଖିଛନ୍ତି ଅଖିଳ ଚନ୍ଦ୍ର ନାଏକ ।